Odiapua.com

ୟୁ ପି ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚରେ କଳାହାଣ୍ଡି ମହାରାଣୀ ଆସୀନ: କଳାହାଣ୍ଡି ବିଜେପିରେ କମ୍ପନ

କଳାହାଣ୍ଡି- ତା୨୩.୦୨.୨୦୧(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)ଉତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣାସ୍ଥ ଲାଲବାହାଦୁର ବିଜେପି କର୍ମକର୍ତା ମାନଙ୍କୁ ଗୁରୁମନ୍ତ୍ର ଦେବା ପୂର୍ବରୁ କଳାହାଣ୍ଡିର ରାଜବାଟୀ ପରିସରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଦର୍ଶନ କରି ଥିଲେ। ସଭାମଞ୍ଚରେ କଳାହାଣ୍ଡି ମହାରାଣୀ ପଦ୍ମ ମଞ୍ଜରୀ ଦେଓ ଏବଂ ଯୁବରାଜ ଅନନ୍ତ ଦେଓଙ୍କୁ ଆସନ ଦିଆଯିବା ସହିତ ସଭାମଞ୍ଚରେ ରାଜ୍ୟ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ଦ୍ୱାରା ସ୍ୱାଗତ କରାଯିବା ଏବଂ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ରାଜପରିବାର ସଂପର୍କରେ ନିଜ ବକ୍ତବ୍ୟରେ ପ୍ରକାଶ କରିବା ପରେ କଳାହାଣ୍ଡି ରାଜନୀତିର ଏକ ନୂଆ ସମୀକରଣ ର ଅୟମାରମ୍ଭ ହେବାର ସୂଚନା ମିଳୁଥିଲା। ହେଲେ ଏହାର ଦୁଇ ଦିନପରେ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ଡାକରାରେ ବିଜେପିର ଏକ ଜରୁରୀ କାର୍ଯ୍ୟକାରିଣି ବୈଠକ ଡକାଯାଇ କଳାହାଣ୍ଡି ରାଜ ପରିବାରକୁ ସାମିଲ କରାଯିବା ଉପରେ ପ୍ରଦୀପ ନାଏକଙ୍କ ସମର୍ଥକ ମହଲରେ ତୀବ୍ର ବିରୋଧ କରାଯାଇଥିବା ଚର୍ଚ୍ଚା ହେଉଛି। ଏପରିକି କେଭି ସିଂଦେଓ କିପରି ମଞ୍ଚରେ କଳାହାଣ୍ଡି ମହାରାଣୀଙ୍କୁ ପରିଚିତ କରାଇଲେ ସେଥିପାଇଁ ତାଙ୍କୁ ମଧ୍ୟ କଳାହାଣ୍ଡିରେ ବିରୋଧ କରାଯିବ ଇତ୍ୟାଦି ଇତ୍ୟାଦି ନାନାପ୍ରକାର ବିରୋଧାତ୍ମକ ମନ୍ତବ୍ୟ ଦେବା ସହିତ କେବଳ ବର୍ତମାନର ସଭାପତି ହିଁ ସାଂସଦ ଭାବେ ଆଗାମୀ ନିର୍ବାଚନ ଲଢିବେ ବୋଲି କେତେଜଣ କାର୍ଯ୍ୟକର୍ତା ଦୃଢୋକ୍ତି କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ କଳାହାଣ୍ଡିରେ ବିଜେପିର ସଙ୍ଗଠନକୁ ଜିଲ୍ଲା ସଭାପତି ନିଜସ୍ୱ ଶୈଳୀରେ ପରିଚାଲିତ କରୁଥିବା ହେତୁ କ୍ରମଶଃ ଦୁର୍ବଳ ହୋଇଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଆଉ ସେହି ଦୁର୍ବଳତାର ସୁଯୋଗ ନେଇ ଏବଂ କାର୍ଯ୍ୟକର୍ତା ମାନଙ୍କୁ ବିଶ୍ୱାସକୁ ନେଇ ପାରୁନଥିବା ଯୋଗୁଁ ଦଳ ନିମ୍ନାଭିମୂଖି ହେଉଥିବା ମଧ୍ୟ କାର୍ଯ୍ୟକର୍ତାମାନେ ପ୍ରକାଶ କରିଥିବା ଜଣାପଡିଛି। ଏପରିକି ଦଳ ଭିତରେ ସବୁବେଳେ ପା୍ରର୍ଥୀତ୍ୱ କୁ ନେଇ ଗୋଷ୍ଠୀଗତ ଭାବେ ଦଳୀୟ କାର୍ଯ୍ୟକ୍ରମ ପରିଚାଲନା କରାଯିବାର ପ୍ରୟାସ ଚାଲିଥିବାରୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ସଠିକ ଭାବେ ପରିଚାଲିତ ହୋଇପାରୁନଥିବା କର୍ମକର୍ତା ମାନେ ଉପଲବ୍ଧô କରିସାରିଲେଣି। କଳାହାଣ୍ଡିରେ ଥିବା ଜଣେମାତ୍ର ବିଜେପି ଜାତୀୟ ପରିଷଦ ସଭ୍ୟ ଙ୍କୁ ଯୋଗୀଙ୍କ ମଞ୍ଚରେ ଆସନ ଦିଆନଯିବା ବିଷୟରେ କେହି ଗୁରୁତ୍ୱ ଦେଉନଥିବା ବେଳେ ମହାରାଣୀଙ୍କୁ ମଞ୍ଚରେ ଆସନ ଦିଆଯାଇଥିବା ବିଷୟକୁ କେତେକ ବିଜେପି କାର୍ଯ୍ୟକର୍ତା ଉତେଜିତ ଶୈଳୀରେ ଆଲୋଚନା କରୁଥିବା ଘଟଣାରୁ ମହାରଣୀଙ୍କୁ ନେଇ କଳାହାଣ୍ଡି ରାଜନୀତିର ଏକ ନୂଆ ସମୀକରଣ ସୃଷ୍ଟି ହେବାର ସ୍ପଷ୍ଟ ସୂଚନା ଜଣାପଡୁଛି। ସର୍ବୋପରି ଏହି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏସଂପର୍କରେ ପ୍ରତିକ୍ରୀୟା ପ୍ରକାଶ କରିବା ଘଟଣା ଏହି ନୂଆ ରାଜନୈତିକ ସମୀକରଣକୁ ସ୍ପଷ୍ଟ ଭାବେ ପ୍ରତିପାଦିତ କରୁଛି ଏଥିରେ ଦ୍ୱୀମତ ହିଁ ନାହିଁ ଏବଂ ମହାରଣୀଙ୍କୁ ନେଇ ବିଜେପିରେ କମ୍ପନ ସୃଷ୍ଟି ହୋଇଥିବା ସ୍ପଷ୍ଟଜଣାପଡୁଛି। ଅନ୍ୟ ପକ୍ଷରେ କଳାହାଣ୍ଡିରେ ବିଜେପିର ସଙ୍ଗଠନ କେବଳ ନାମକୁ ମାତ୍ର ଚାଲିଥିବା ବେଳେ କେବେ ହେଲେ ତୃଣମୂଳ ସ୍ତରର କର୍ମୀ ଓ କର୍ମକର୍ତା ମାନଙ୍କୁ କେବେ ମଧ୍ୟ ଗୁରୁତ୍ୱ ଦିଆଯାଉନଥିବା ବେଳେ ଆସନ୍ନ ଟିକେଟ ବ୍ୟବସ୍ଥାକୁ ନେଇ ଯେଉଭଲି ଭାବେ ବ୍ୟବହାର କରିବାର ଯୋଜନା କରାଯାଉଛି ତାକୁ ନେଇ ଅନେକେ ଦୁଃଖ ପ୍ରକାଶ କରୁଥିବା ମଧ୍ୟ ଜଣାପଡିଛି। ଏହା ମଧ୍ୟ ସ୍ପଷ୍ଟ ଯେ, ପଂଚାୟତ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ୟୁପିରେ ମଧ୍ୟ କଳାହାଣ୍ଡର ଉଦାହରଣ ଦେଇଥିବା ବେଳେ କଳାହାଣ୍ଡିର ପଂଚାୟତ ନିର୍ବାଚନରେ ଗୋଟୀ ଚାଲନା ପାଇଁ ଛତିଶ ଗଡ ନେତା ହିଁ ପ୍ରମୂଖ ଭୂମିକା ନେଇଥିବା ସର୍ବଜନ ବିଦିତ। ସେତେବେଳେ ମଧ୍ୟ ନିଜ ପ୍ରଭାବ ଏବଂ ପଂଚାୟତ ନିର୍ବାଚନର କ୍ରେଡିଟ ଅନ୍ୟତ୍ର ଚାଲିଯାଉଥିବା ଦେଖି ଶେଷ ପର୍ଯାୟ ନିର୍ବାଚନ ସମୟରେ ଦଳୀୟ ନେତୃତ୍ୱ ହିଁ ଛତିଶଗଡିଆ ଗୋଟୀଚାଲକଙ୍କୁ ପୋଲିସ କେଶ କରାଇଥିବା ମଧ୍ୟ ସେତେବେଳେ ଚର୍ଚ୍ଚା ହେଉଥିଲା। କେବଳ ନିଜସ୍ୱ ଚୌକୀ ବଂଚାଇବାକୁ ହିଁ କାମ କରୁଥିବା ଏହି ଦୁର୍ବଳ ନେତୃତ୍ୱ ପ୍ରତି କର୍ମକର୍ତା ମାନେ ମଧ୍ୟ ବିଶୋଦଗାର କରୁଥିବା ଜଣାପଡିଛି। ଗୋଟିଏ ପଟେ ଜିଲ୍ଲା ସଭାପତି ସଂସଦୀୟ ଆସନ ଉପରେ ଦୃଷ୍ଟି ପକାଇଥିବା ବେଳେ ରାଜ୍ୟ ସଭାପତି ମଧ୍ୟ ନିଜସ୍ୱ ରାଜନୈତିକ କେରିୟର ବଂଚାଇବା ଲାଗି ହାରିଲେ ମଧ୍ୟ ଅନ୍ତତଃ ପକ୍ଷେ ସଂସଦୀୟ ନିର୍ବାଚନରେ ହାରିବା ଲକ୍ଷଙ୍କର ଯୋକୌଣସି ପ୍ରକାରେ କଳାହାଣ୍ଡି ସଂସଦୀୟ ପ୍ରାଥୀ ହେବାକୁ ଗୁପ୍ତ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ସଭାପତି ଭାବେ ଅନ୍ୟତ୍ର ଗସ୍ତ ନକଲେ ମଧ୍ୟ ଅନେକବାର ଘରୋଇ ଗସ୍ତ କରି କଳାହାଣ୍ଡି ତଥା ଧର୍ମଗଡ ଅଂଚଳକୁ ଗୁପ୍ତ ଭାବେ ଗସ୍ତ କରୁଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ହେଲେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଅଣଦେଖା କରିବା ଏବଂ ଚାଷୀମାନେ କୌଣସି ଅଭିଯୋଗ କଲେ ଅନ୍ୟ ଦଳର ଲୋକ ହୋଇଥିବ ତେଣୁ ଅଭିଯୋଗ କରୁଛ ବୋଲି କହିବା ତଥା ନିକଟ ସଂପର୍କୀୟ ମାନେ ହିଁ ରାଜ୍ୟ ସଭାପତିଙ୍କ ନାମରେ ବ୍ୟକ୍ତି ଗତ ଫାଇଦା ଉଠାଇନେଉଥିବା ଆଦି ଘଟଣାରୁ ରାଜ୍ୟ ସଭାପତିଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ରହୁନଥିବା ଜନସାଧାରଣରେ ଆଲୋଚନା ହେଉଛି। ଏହା ବ୍ୟତୀତ ପାଂଚଟି ବିଧାନସଭା କ୍ଷେତ୍ର ଥିବନା କଳାହାଣ୍ଡି ବାସୀ କାହିଁକି ଦୁଇଟି ବିଧାନସଭା କ୍ଷେତ୍ର ଥିବା ନୂଆପଡାର ପ୍ରାର୍ଥ୍ୟଙ୍କୁ ସମର୍ଥନ ଜଣାଇବେ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳାହାଣ୍ଡି ରାଜପରିବାର ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ନିଶ୍ଚିତ ଭାବେ ଏକ ନୂଆ ସମୀକରଣ ଆସିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଥିବା ବେଳେ ଗୋଟିଏ ପଟେ ଜିଲ୍ଲା ସଭାପତିଙ୍କ ଶିବିରରେ ଏବଂ ଅନ୍ୟ ପଟେ ରାଜ୍ୟ ସଭାପତିଙ୍କ ଶିବିରରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି ତାହା ଆଗାମୀ ସମୟ ହିଁ ଏହାର ସତ୍ୟତା ପ୍ରତିପାଦନ କରିପାରିବ।