Odiapua.com

ୟୁନିଫର୍ମ ସିଭିଲ୍ କୋଡ୍ କ’ଣ ? ଯାହା ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ଉପରେ ବିଚାର କରିବାକୁ କହିଛନ୍ତି। ଜାଣନ୍ତୁ ଏହାର ଇତିହାସ ଏବଂ ଗୁରୁତ୍ତ୍ୱ ତଥା ବିଭିନ୍ନ ବାଧା

ନୂଆଦିଲ୍ଲୀ ଜୁଲାଇ ୦୯ (ଓଡିଆ ପୁଅ) ୟୁନିଫର୍ମ ସିଭିଲ କୋଡ (UCC) ର ଆବଶ୍ୟକତାକୁ ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ସମର୍ଥନ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରକୁ କହିଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ, ଆଧୁନିକ ଭାରତୀୟ ସମାଜ ଧୀରେ ଧୀରେ “ସମାନତା” ଆଡ଼କୁ ଅଗ୍ରସର କରୁଛି। ଧର୍ମ, ସମ୍ପ୍ରଦାୟ ଏବଂ ଜାତିର ପାରମ୍ପାରିକ ପ୍ରତିବନ୍ଧକକୁ ଏଡ଼ାଇ ଏହି ପରିବର୍ତ୍ତନଶୀଳତକୁ ଦୃଷ୍ଟିରେ ରଖି ୟୁନିଫର୍ମ ସିଭିଲ୍ କୋଡ୍ ର ଆବଶ୍ୟକତା ଅଛି।”

ଜାଣନ୍ତୁ ଏହା କ’ଣ ଏହାର ଉତ୍ପତ୍ତି କେଉଁଠୁ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଏହାର ଗୁରୁତ୍ୱ କେତେ?

ୟୁନିଫର୍ମ ସିଭିଲ୍ କୋଡ୍ କ’ଣ?

ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ମୁଖ୍ୟତଃ ଭାରତ ପାଇଁ ଗୋଟିଏ ଆଇନ ପ୍ରଣୟନ କରିବାକୁ ଆହ୍ୱାନ ପ୍ରଦାନ କରେ, ଯାହା ବ୍ୟକ୍ତିଗତ ପ୍ରସଙ୍ଗରେ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଇତ୍ୟାଦିରେ ପ୍ରଯୁଜ୍ୟ। ଏହା ସମ୍ବିଧାନର ଧାରା ୪୪ ଅନୁଯାୟୀ ଆସିଛି, ଯେଉଁଥିରେ ଦର୍ଶାଯାଇଛି ଯେ ସମଗ୍ର ଭାରତର ନାଗରିକଙ୍କ ପାଇଁ ୟୁନିଫର୍ମ ସିଭିଲ କୋଡ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବ।

ସମ୍ପ୍ରତି, ବିଭିନ୍ନ ଧର୍ମର ଅନୁଗାମୀମାନଙ୍କ ପାଇଁ ବିଭିନ୍ନ ନିୟମ ଭାରତରେ ଏହି ଦିଗଗୁଡିକୁ ନିୟନ୍ତ୍ରିତ କରିଥାଏ, ଉଦାହରଣ ସ୍ୱରୂପ, ହିନ୍ଦୁ ବିବାହ ଆଇନ, ହିନ୍ଦୁ ଉତ୍ତରାଧିକାରୀ ଆଇନ, ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ, ପାର୍ସୀ ବିବାହ ଏବଂ ଛାଡପତ୍ର ଆଇନ। କିନ୍ତୁ, ମୁସଲମାନ ବ୍ୟକ୍ତିଗତ ନିୟମଗୁଡିକ କୋଡ଼ିପାଏଡ୍ ହୋଇନାହିଁ ଏବଂ ତାହା ସେମାନଙ୍କର ଧାର୍ମିକ ଗ୍ରନ୍ଥ ଉପରେ ଆଧାରିତ।

UCC ର ଉତ୍ପତ୍ତି

UCC ର ଉତ୍ପତ୍ତି ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶ ସରକାର ୧୮୩୫ ରେ ଦାଖଲ ହୋଇଥିବା ଏକ ରିପୋର୍ଟରେ “ଅପରାଧ, ପ୍ରମାଣ ଏବଂ ଚୁକ୍ତିନାମା ସହ ଭାରତୀୟ ଆଇନର କୋଡିଫିକେସନ୍ ରେ ସମାନତାର ଆବଶ୍ୟକତା” ଉପରେ ଜୋର ଦେଇଥିଲେ ଏବଂ ଜିଦ୍ ଧରିଥିଲେ। ହିନ୍ଦୁ ଏବଂ ମୁସଲମାନମାନଙ୍କର ବ୍ୟକ୍ତିଗତ ନିୟମ ଏହିପରି କୋଡିଫିକେସନ୍ ବାହାରେ ରଖାଯିବ ବୋଲି ସେତେବେଳେ କୁହାଯାଇଥିଲା।

ଆଇନ ଆୟୋଗର ପଦକ୍ଷେପ

୨୦୧୭ ରେ, ଆଇନ ଆୟୋଗ UCC କୁ କାର୍ଯ୍ୟକାରୀ କରିବା କଷ୍ଟକର ବୋଲି କହିଥଲେ, “UCC ସମ୍ଭବ ନୁହେଁ ଏବଂ ଏକ ବିକଳ୍ପ ମଧ୍ୟ ନୁହେଁ”।

ମତ ଅନୁଯାୟୀ, ସମ୍ବିଧାନ ଅନୁଯାୟୀ UCCକୁ ସମ୍ମାନିତ କରାଯିବା ଆବଶ୍ୟକ କିନ୍ତୁ UCC ସମ୍ବିଧାନର ମୌଳିକ ତତ୍ତ୍ୱ ଉପରେ ମଧ୍ୟ ଏହା ବ୍ୟାଘାତ ସୃଷ୍ଟି କରିପାରେ। “ସମ୍ବିଧାନ ଆଦିବାସୀଙ୍କ ପରି ଅନେକ ଲୋକଙ୍କୁ କୋହଳ ପ୍ରଦାନ କରିଛନ୍ତି। ସିଭିଲ୍ ପ୍ରୋସିଜ୍ୟୁର କୋଡ୍ ଏବଂ କ୍ରିମିନାଲ ପ୍ରୋସିଡ୍ୟୁର କୋଡ୍ ରେ ମଧ୍ୟ ଛାଡ ଅଛି … UCC ସମାଧାନ ନୁହେଁ ଏବଂ ଏକ ମିଶ୍ରିତ ଆଇନ ହୋଇପାରିବ ନାହିଁ।

ସମ୍ବିଧାନ ଦ୍ୱାରା ସୁରକ୍ଷିତଯେ, ଭାରତର ଦୁର୍ଗମ ଅଞ୍ଚଳରେ ପ୍ରଚଳିତ ରୀତିନୀତି ହେତୁ UCC ମଧ୍ୟ ସମ୍ଭବ ନୁହେଁ। “ଉତ୍ତର ପୂର୍ବର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ସମ୍ପତ୍ତି ସାନ ଝିଅକୁ ଦିଆଯାଇଥାଏ। ତା’ପରେ ଜ୍ୱାଇଁ ଆସି ସେଠାରେ ବାସ କରନ୍ତି ଏବଂ ସେ କେବଳ ଝିଅର ସ୍ୱାମୀ ନୁହଁନ୍ତି ବରଂ ଝିଅର ମା’ର ସ୍ୱାମୀ ମଧ୍ୟ ହୋଇଥାନ୍ତି। ଏହି ଅଭ୍ୟାସ ନୋକୁରାମ ଭାବରେ ଜଣାଶୁଣା ଏବଂ କେବଳ ସମ୍ପତ୍ତି ନୁହେଁ ସମସ୍ତ ଉଦ୍ଦେଶ୍ୟ ପାଇଁ ଶ୍ୱଶୁର ସ୍ଥାନରେ ଜ୍ୱାଇଁ ବ୍ୟକ୍ତି ହୋଇଯାଏ। ବର୍ତ୍ତମାନ UCC ଅଧୀନରେ ଆପଣ ଏହା ସହିତ କ’ଣ କରିପାରିବେ? ଏହା ସମ୍ବିଧାନ ଅନୁଯାୟୀ ସୁରକ୍ଷିତ ବୋଲି କୁହାଯାଇଛି।