Odiapua.com

ୟୁଥ କନେକ୍ଟ କପର ଫାଇନାଲରେ ଇଟାମାଟି ଓ ଓଡ଼ଗାଁ

ନୟାଗଡ଼, ୨୦ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ନୟାଗଡ଼ ନିର୍ବାଚନ ମଣ୍ଡଳୀର ପଂଚାୟତସ୍ତରୀୟ ୟୁଥ କ୍ରିକେଟ ମ୍ୟାଚ ରେ ଇଟାମାଟି କୁ ଓଡ଼ଗାଁ ଏନଏସି ଫାଇନାଲକୁ ରହିଛନ୍ତି। ବୁଧବାର ଚାଲିଥିବା ସେମିଫାଇନାଲ ମ୍ୟାଚରେ ଇଟାମାଟି ସହିତ ନାଟୁଗାଁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିରୁଡ଼ା ସହିତ ଓଡ଼ଗାଁ ଏନଏସି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ତେବେ ଏହି ଦୁଇ ପର୍ଯ୍ୟାୟ ଖେଳରେ ଇଟାମାଟି ଓ ଓଡ଼ଗାଁ ବିଜୟୀ ହୋଇ ଫାଇନାଲ ଖେଳକୁ ପ୍ରବେଶ କରିଥିଲେ। ଆଜିର ଏହି ଖେଳରେ କ୍ରୀଡ଼ା ଶିକ୍ଷକ ଅମୀୟ ମୋହନ ସାହୁ, ଅଖିଳ କୁମାର ସ୍ୱାଇଁ, ସମିତିସଭ୍ୟ ରବିନ୍ଦ୍ର କୁମାର ଜେନା ଏବଂ କମିଟି ସଂପାଦକ ସଂଗ୍ରାମ ଗୁମାନ ସିଂ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଆସନ୍ତା ୨୨ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।