Odiapua.com

ୟୁଥ୍ କନେକ୍ଟ କ୍ଳବ: କ୍ରିଦାଶପୁର, ଘଡ଼ୁଆଳ, ଲେଙ୍କୁଡ଼ିପଡ଼ା ଓ ଚମ୍ପତିପୁର ବିଜୟୀ

ନୟାଗଡ଼, ୮ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ନିର୍ବାଚନ ମଣ୍ଡଳୀ ତଥା ସାରା ଜିଲ୍ଲାରେ ଯୁବପିଢୀ ଏବଂ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ କ୍ରିକେଟ ଖେଳ ପ୍ରତି ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରିବା ଏବଂ ଉଦୀୟମାନ କ୍ରିକେଟ ଖେଳାଳୀମାନଙ୍କୁ ସୃଷ୍ଟି କରିବା ତଥା ଏକ ଭାଇଚାରାର ସମ୍ପର୍କ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗତବର୍ଷ ସୃଷ୍ଟି ହୋଇଥିବା ୟୁଥ୍ କନେକ୍ଟ କ୍ଳବ ପଂଚାୟତ ଏବଂ ଏନଏସି ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ପୂନଶ୍ଚ ଚଳିତ -୨୦୧୯ ପାଇଁ ନୟାଗଡ଼ ଖେଳ ପଡ଼ିଆରେ ଆରମ୍ଭ ହୋଇଛି। ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏବଂ ପ୍ରଚେଷ୍ଟାରେ ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଯୁବ ସଂପ୍ରଦାୟା ମିଳିତ ଉଦ୍ୟମରେ ଆୟୋଜିତ ଚଳିତ ବର୍ଷର ଏହି ସ୍ୱତନ୍ତ୍ର ଟୁର୍ଣ୍ଣାମେଂଟକୁ ବିଧାୟକ ଡ ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଏକ ରଙ୍ଗାରଙ୍ଗ ପରିବେଶରେ ଉଦ୍ଘାଟନ କରିଥିଲେ। ଏକ ସ୍ୱତନ୍ତ୍ର ଅବଦାନ ଥିବା କ୍ରିକେଟର ଦିବାକର ନାୟକ, ପ୍ରପେସର ଆଶୁତୋଷ ମିଶ୍ର, ବିନାୟକ ପ୍ରସାଦ ରାଓ ପ୍ରମୁଖଙ୍କୂ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ଆଜିର ଏହି ଉଦ୍ଘାଟନୀ ମ୍ୟାଚରେ ୮ଗୋଟି ଦଳ ମଧ୍ୟରେ ୪ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚଟି କ୍ରିଦାଶପୁର ଏବଂ ପୁରୁଣା ସହର ନୟାଗଡ଼ ମଧ୍ୟରେ ହୋଇଥିବାବେଳେ କ୍ରିଦାଶପୁର ବିଜୟୀ ହୋଇଥିଲା। ସେହିଭଳି ୨ୟ ମ୍ୟାଚରେ ଓଡ଼ଗାଁର ଗଉଡ଼ଫୁଟ ଓ ଘଡ଼ୁଆଳ ମଧ୍ୟରେ ହୋଇଥିଲାବେଳେ ଘଡ଼ୁଆଳ ବିଜୟୀ ହୋଇଥିଲା। ୩ୟ ମ୍ୟାଚଟି ଶରଧାପୁର ଓ ଲେଙ୍କୁଡ଼ିପଡ଼ା ମଧ୍ୟରେ ହୋଇ ଲେଙ୍କୁଡ଼ିପଡ଼ା ବିଜୟୀ ହୋଇଥିଲା। ଶେଷ ମ୍ୟଚଟିରେ ପରଷ୍ପରକୁ ଭେଟିଥିଲେ ନୟାଗଡ଼ର ଚମ୍ପତିପୁର ଓ ଓଡ଼ଗାଁର କୋମଣ୍ଡ। ଏଥିରେ ଚମ୍ପତିପୁର ବିଜୟୀ ହୋଇଥିଲେ। ଏହି ୪ଟି ମ୍ୟାଚରେ ପିଚ୍ ସୁହାଇଥିବାରୁ ଓ ଆଉଟ୍ ଫିଲ୍ଡି ଭଲ ହୋଇଥିବାରୁ ଚୌକା ଛକାରେ ପଡ଼ିଆ ପ୍ରକମ୍ପିତ ହୋଇଥିଲା। ଆମ୍ପେୟାର କିଶାନ ମହାପାତ୍ର ଚିତରଂଜନ ଜେନା ଖେଳକୁ ପରିଚାଳନା କରିଥିବାବେଳେ ଖେଳକୁ ସଂଯୋଜନା କରିଥିଲେ ସାମ୍ବାଦିକ ରାମକୃଷ୍ର ରଥ ଏବଂ ଧାରାବିବରଣୀ ପ୍ରଦାନ କରିଥିଲେ ମନୋରଂଜନ ମହାପାତ୍ର ଦିଲିପ କୁମାର ଜେନା। ଟୁର୍ଣ୍ଣାମେଂଟର ଆୟୋଜକ ରବିନ୍ଦ୍ର କୁମାର ଜେନା, ଆଶିଷ ଅଗ୍ରୱାଲ, ସଂଗ୍ରାମ ଗୁମାନସିଂହ, ସତ୍ୟବ୍ରତ ପ୍ଟ୍ଟନାୟକ ଏବଂ ସତ୍ୟଜ୍ୟୋତି ମହାନ୍ତି, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।