Odiapua.com

ୟୁଏସ୍ ଓପନ୍ ୨୦୨୧: ଡାନିଏଲ୍ ମେଡଭେଡେଭ୍ ୟୁଏସ୍ ଓପନ୍ ଚାମ୍ପିଅନ୍, ନୋଭାକ ଜୋକୋଭିଙ୍କ ସ୍ୱପ୍ନ ଭାଙ୍ଗିଲା

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ବିଶ୍ୱ ଟେନିସ୍ ଖେଳାଳି ନୋଭାକ ଜୋକୋଭିଙ୍କ କ୍ୟାରିୟର ଗ୍ରାଣ୍ଡ୍ ସ୍ଲାମ୍ ସ୍ୱପ୍ନକୁ ଭାଙ୍ଗି ଋଷର ଡାନିଏଲ୍ ମେଡଭେଡେଭ୍ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍। ୨ ଘଣ୍ଟା ୧୬ ମିନିଟ୍ ଧରି ଚାଲିଥିବା ଫାଇନାଲରେ ମେଡଭେଡେଭ ଜୋକୋଭିଙ୍କୁ ୬-୪, ୬-୪, ୬-୪ ରେ ପରାସ୍ତ କରିଥିଲେ। ମେଡଭେଡେଭ ଜୋକୋଭିକଙ୍କ ଏକବିଂଶ ଗ୍ରାଣ୍ଡସ୍ଲାମ ଜିତିବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।

ଜୋକୋଭିକ୍ ୧୯୬୯ ମସିହାପରେ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ ପୂରଣ କରିବାରେ ପ୍ରଥମ ପୁରୁଷ ଖେଳାଳି ହେବାର ସୁଯୋଗ ପାଇବାରଥିଲା। ରୋଡ୍ ଲିଭର ୧୯୬୯ ମସିହାରେ ଚାରୋଟି ଗ୍ରାଣ୍ଡ୍ ସ୍ଲାମ୍ ଜିତିଥିଲେ ଏବଂ ଷ୍ଟେଫି ଗ୍ରାଫ୍ ଏକମାତ୍ର ମହିଳା ଖେଳାଳି ଯିଏକି ୧୯୮୮ ରେ କରିଥିଲେ। ଫେବୃଆରୀରେ ଅଷ୍ଟ୍ରେଲୀୟ ଓପନ୍, ଜୁନ୍‌ରେ ଫ୍ରେଞ୍ଚ ଓପନ୍ ଏବଂ ଚଳିତ ବର୍ଷ ଜୁଲାଇରେ ୱିମ୍ବଲଡନ୍ ଜିତିଥିବା ଜୋକୋଭିଙ୍କୁ ମଧ୍ୟ ଭଲ ଫର୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ୟୁଏସ୍ ଓପନର ଫାଇନାଲରେ ମେଡଭେଡେଭ୍ ପ୍ରଥମ ସେଟ୍ ଜିତିବା ପରେ ସମଗ୍ର ମ୍ୟାଚ୍ ଉପରେ ନିଜର ଆଧିପତ୍ୟ ଦେଖାଇଥିଲେ।