Odiapua.com

ଢ଼େଙ୍କା ପଞ୍ଚାୟତର ସରପଞ୍ଚ ନିମାଇଁ ସାମଲଙ୍କ ପରଲୋକ

ହାଟଡ଼ିହି-୧୫ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ନିମାଇଁ ଚନ୍ଦ୍ର ସାମଲଙ୍କ ୫୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ସମଗ୍ର ଢ଼େଙ୍କା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି, ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ସେ ପୁର୍ବରୁ ମଧ୍ୟ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବିଧବାପତ୍ନୀ ଦିଗନ୍ତପ୍ରଭା, ଝିଅ ବର୍ଖା ପ୍ର୍ରୀୟଦର୍ଶନୀ, ଭାଇ ନୃସିହଂ, ନଳିନି, ମଧୁସୁଦନ, ସଞ୍ଜିବ, ଶେଷଦେବ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମରଶରୀର ଢ଼େଙ୍କାରେ ପହଞ୍ଚିବାପରେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର କୁମାର ନାୟକ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଅଲେଖ ଚନ୍ଦ୍ର ମଲ୍ଲିକ, କଳ୍ପତରୁ ସେଠୀ, ହଦଗଡ ସରପଞ୍ଚ ଅଶୋକ ଜେନା, ପିଇଓ ଜିତେନ୍ଦ୍ର ଜେନା, ଜିଆରଏସ ପ୍ରଫୁଲ କୁମାର ମାଝୀ, ରବିନ୍ଦ୍ର ପାଣିଗ୍ରାହୀ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ବରିଷ୍ଠ ବିଜେଡି ନେତା ମନୋଜ ମହାନ୍ତି, ପୁର୍ବତନ ସରପଞ୍ଚ ସୁବାସିନୀ ରାଉତ, ଗୋଲଖ ଜେନା, ଚଣ୍ଡୀ ପ୍ରସାଦ ପାଣିଗ୍ରାହୀ, ଯଜ୍ଞ ପରିଡା, କୈଳାଶ ମହାନ୍ତି, ସୁବାସ ମଣ୍ଡଳ, , ଧନଞ୍ଜୟ ଜେନାଙ୍କ ସମେତ ଶହଶହ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଜ ଗାଁ କଣିଆରୀ ଗାଁକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।