Odiapua.com

ଢ଼େଙ୍କା ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ ଅର୍ପଣ

ହାଟଡିହି- ୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସରପଞ୍ଚ ନିମାଇଁ ସାମଲଙ୍କ ଦେହାନ୍ତ ପରେ ବିଡିଓ ଚିଠିନଂ ୧୦୦୬ ତା ୨୯/୪/୨୦୨୧ ଅନୁଯାଇ ଆଜି ନାଏବ ସରପଞ୍ଚ ରଶ୍ମି ମୁର୍ମୁଙ୍କୁ ଭାରପ୍ରାପ୍ତ ସରପଞ୍ଚ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏଥିପାଇଁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ସମିତିସଭ୍ୟ ନାରାୟଣ ବେହେରା, ୱାର୍ଡସଭ୍ୟ ଗୌରାଙ୍ଗ ସେଠୀ, ଜଗବନ୍ଧୁ ପରିଡା, ମହେଶ୍ୱର ନାୟକ, ଚମ୍ପେଇ ହେମ୍ରମ, ସଂଯୁକ୍ତା ଦାସ, ସରୋଜିନୀ ମହାନ୍ତି, ଅନୁସୟା ନାୟକ, ସୁନିଲ କୁମାର ମଣ୍ଡଳ, ଆଶିଷ ସେନାପତି, ମନୋରମା ସେଠୀ, ହେମନ୍ତ ରାଉତ, ଅନିଲ ଦାସ, କୁନି ଟୁଡୁ, ମାତାଲ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ରଶ୍ମି ମୁର୍ମୁଙ୍କୁ ଭାରପ୍ରାପ୍ତ ସରପଞ୍ଚ ଭାବେ ମନୋନୀତ କରିଥିଲେ । ଏହି ବୈଠକରେ ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଆରଏସ ଅନନ୍ତ ଚରଣ ପହି ପ୍ରମୁଖ ବୈଠକ ପରିଚାଳନା କରିଥିବାବେଳେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ମନୋଜ ମହାନ୍ତି, ଭଗବାନ ପହି, ଚତୁର୍ଭୁଜ ରାଉତ, ଆନନ୍ଦ ବେହେରା, ସୁବାସ ବିଶ୍ୱାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।