Odiapua.com

ଢ଼ିଙ୍କିଆ ବିଶୃଙ୍ଖଳା ସଂପର୍କରେ ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି ଗଠିତ

ଭୁବନେଶ୍ୱର ୨୦.୧ (ଓଡ଼ିଆ ପୁଅ) – ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ବର୍ବରୋଚିତ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଛି। ବହୁ ଲୋକଙ୍କୁ ଗିରଫ କରିଛି ଏବଂ ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣାର ଅନୁସନ୍ଧାନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବଶ୍ୱାଳ ଆବାହକ ଭାବରେ ରହିଛନ୍ତି। କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଡ. ଲଲାଟେନ୍ଦୁ ମହାପାତ୍ର, ନଟବର ବାରିକ, ଅରିନ୍ଦମ ସର୍ଖେଲ, ଗଣେଶ୍ୱର ବେହେରା, ଅଭିଷେକ ମହାନନ୍ଦ ଏବଂ ଅଂଶୁମାନ ମହାନ୍ତି ମଧ୍ୟ ଏହି କମିଟିରେ ରହିଛନ୍ତି। ଏହି କମିଟି ଖୁବଶୀଘ୍ର ଢ଼ିଙ୍କିଆ ଅଂଚଳ ଗସ୍ତକରି ଘଟଣାର ଅନୁଧ୍ୟାନ କରିବେ ଏବଂ ଦଳର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ତତ୍ ସଂଗେ ସଂଗେ ଉକ୍ତ ଅଂଚଳରେ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ଉଦବୋଧନ ଦେବାପାଇଁ ଏହି କମିଟିକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।