Odiapua.com

ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ଭେଟିଲେ ବରିଷ୍ଟ ନାଗରିକ

ସମ୍ବଲପୁର, ୨୯/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ଆଜି ଏକ ନାଗରିକ ପ୍ରତିନିଧି ଦଳ ସାକ୍ଷାତକରି ବିଭିନ୍ନ ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଡ଼. ଶଙ୍କର ପ୍ରସାଦ ପତିଙ୍କ ନେତୃତ୍ୱରେ ଏହି ନାଗରିକ ମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ, ପଶଚ୍ିମ ଓଡ଼ିଶାରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଟା, କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ଅନୁଯାୟୀ ଚିପିଲିମା ଠାରେ କେନ୍ଦ୍ରୀୟ କୃଷି ଯାନ୍ତ୍ରୀକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଟା ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିବା, ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ଓ ଏଠାରୁ ଚେନ୍ନାଇ, ମୁମ୍ବାଇ, ବାଂଗାଲୁରୁ ଆଦି ମହାନଗରକୁ ବିମାନ ସେବା ପ୍ରଚଳନ କରାଯିବା, ସଂସଦ ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀ ସ୍ତାପନ, ଆଖପାଖର କୋଡ଼ିଏଟି ପର୍ଯ୍ୟଟନ କେନ୍ଦ୍ରକୁ ମିଶାଇ ସମ୍ବଲପୁରକୁ ଜାତୀୟ ଆଇକନ ପର୍ଯ୍ୟଟନ ସ୍ତଳର ମାନ୍ୟତା ପ୍ରଦାନ, ବରଗଡ଼ଠାରେ କେନସର ହାସ୍ପାତାଲ ସ୍ତାପନ ଏବଂ ବହୁ ସମସ୍ୟାରେ ଜୁଡ଼ୁବୁଡ଼ୁ ବୁର୍ଲା ଭିମସାର ମେଡ଼ିକାଲର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ଡ଼. ମିଶ୍ରଙ୍କୁ ନାଗରିକ ପ୍ରତିିନିଧି ମାନେ ଅନୁରୋଧ କରିଥିଲେ। ଏହି ଆଲୋଚନା ସମୟରେ ଜିଲ୍ଲାପାଳ ଶୁଭମ ସସ୍କେନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼. ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ତିତ ଥିଲେ।