Odiapua.com

ଡ଼କାୟତ ଯୋଜନା ପଣ୍ଡ: ୭ ଗିରଫ

ପୁରୀ, ୧୨ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଡ଼କାୟତି ଲାଗି ଯୋଜନା କରୁଥିବା ୭ ଜଣଙ୍କୁ ଟାଉନ୍‌ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ଖଣ୍ଡା, ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଖାଲି ମଦବୋତଲ, ୭ଟି ଡ଼ିସ୍ପୋଜାଲ ଗ୍ଲାସ ଓ ଦୁଇଟି ଅଧାବ୍ୟବହୃତ ସୋଢା ବୋତଲ ଜବତ କରାଯାଇଛି। ଗତକାଲି ଟାଉନ୍‌ଥାନ ପୁଲିସ ରାତି ପାଟ୍ରୋଲିଂ କରୁଥିବାବେଳେ ଜଗନ୍ନାଥବଲ୍ଲଭ ପାର୍କିଂପ୍ଲେସରୁ ଅଭିଯୁକ୍ତମାନଙ୍କୁ ଧରିଥିଲା। ପଚରା ଉଚରା ପରେ ସେମାନେ ଦେବୀଘାଟ ନିକଟରେ ଥିବା ଏକ ପରିବା ଗୋଦାମରୁ ଡ଼କାୟତି କରିବାକୁ ଯୋଜନା କରୁଥିବା ଜଣାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।