Odiapua.com

ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ପ୍ରଥମଥର କରି ତିନି ଗୁରୁତର କରୋନା ରୋଗିଙ୍କୁ ସଫଳତାର ସହ ପ୍ଲାଜମା ଥେରାପି ଚିକିତ୍ସା

ମାଲକାନଗିରି,୯ା୯ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ସଂକ୍ରମଣ ବ୍ୟପିଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଶୁଭଖବର ଆସିଥିବାବେଳେ ଜିଲ୍ଲା କୋଭିଡ ହସପିଟାଲକୁ ମିଳିଛି ଏକ ବଡ ସଫଳତା । ମାଲକାନଗିରି ଜିଲ୍ଲା କୋଭିଡ୧୯ ହସପିଟାଲରେ ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ରଥମ ଥର କରି ଆରମ୍ଭ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା,ଜିଲ୍ଲାରେ ପ୍ଲାଜମା ସଂଗ୍ରହ ବ୍ୟାଙ୍କ ନଥିଲେ ମଧ୍ୟ ପଡୋଶି କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜ ପ୍ଲାଜମା ବ୍ୟାଙ୍କରୁ ପ୍ଲାଜମା ଅଣାଯାଇ ପ୍ରଥମ ଥରକରି ପରୀକ୍ଷାମୁଳକ ଭାବେ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା ତିନିଜଣ ଗୁରୁତର କରୋନା ରୋଗୀଙ୍କୁ ସଫଳତାର ସହିତ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଛି । ମାଲକାନଗିରି କୋଭିଡ ହସପିଟାଲରେ ଏଚଏଫଏନସି,ଆଇସିୟୁ, ଭେଟିଂଲେଟର, ସହ ଅତ୍ୟାଧୁନିକ ଉନ୍ନତମାନର ବ୍ୟବସ୍ଥା ରହିଛି । କୋଭିଡ ହସପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ଉତମଚିକିତ୍ସା ଯୋଗାଇ ଦେଇଥିବାରୁ ଇତିମଧ୍ୟରେ ଜିଲ୍ଲାରୁ ୨୪୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ନିଜଘରକୁ ଫେରିଛନ୍ତି ।ଗତ କିଛି ଦିନତଳେ ଜଣେ ୭୫ବର୍ଷବୟସ୍କା ବୃଦ୍ଧା ଏହି ହସପିଟାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇଛନ୍ତି । କୋଭିଡ ହସପିଟାଲର ନୋଡାଲ ଅଫିସର ଭଭେଷଜ ବିଶେଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱରେ ପ୍ଲାଜମା ଚିକିତ୍ସା ଆରମ୍ଭ କରାଯାଇଛି ।ଆଗରୁ ଗୁରୁତର ରୋଗୀଙ୍କୁ ସୁଦୁର ଭୂବନେଶ୍ୱର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଉଥିଲା । କୋରାପୁଟ ଠାରେ ପ୍ଲାଜମା ବ୍ୟାଙ୍କ ଓ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଟା ହେବାପରେ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ସୁଚନା ଦେବାସହ ଜିଲ୍ଲାକୁ କରୋନା ସଂକ୍ରମଣରୁ ମୁକ୍ତକରିବା ପାଇଁ କୋଭିଡ ନିୟମ ପାଳନ ସହ ମାସ୍କବ୍ୟବହାର କରି ସାମାଜିକ ଦୁରତା ଅବଲମ୍ବନ କରନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।