Odiapua.com

ହ୍ୱାଟ୍ସଆପ୍‌ରେ ବୌଦ୍ଧ ଜିଲ୍ଲାପାଳଙ୍କ ନକଲି ଫଟୋ ପ୍ରୋଫାଇଲ କ୍ରିଏଟ କରି ଠକେଇ ! ଜିଲ୍ଲା ପ୍ରଶାସନର ସୂଚନା

ବୋଦ୍ଧ ୨୯-୪ (ଓଡ଼ିଆ ପୁଅ) ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ହ୍ୱାଟ୍ସଆପ୍‌ରେ ନକଲି ଫଟୋ ଆଇଡ଼ି କ୍ରିଏଟ କରି ଠକେଇ କରାଯାଉଥିବା ସୂଚନା ମିଳିଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛିଯେ, କେହି ଜଣେ କିମ୍ବା କେତେକ ଦୁର୍ବୃତ୍ତ ନକଲି ମେସେଜ ପଠାଇ ବିଭିନ୍ନ ହ୍ୱାଟସ୍ ଆପ୍ ନମ୍ବର ମାଧ୍ୟମରେ କଲେକ୍ଟର, ବୌଦ୍ଧଙ୍କର ପ୍ରୋଫାଇଲ୍ ଫଟୋ ରଖି ବୌଦ୍ଧ ଜିଲ୍ଲାର ବହୁ ଜିଲ୍ଲା ସ୍ତରର ଅଧିକାରୀଙ୍କ ନିକଟକୁ ପଠାଇବା ସହ ଟଙ୍କା ମାଗିବା ଆରମ୍ଭ କରିଛି। ଏହାର ସୂଚନା ଆଜି ମିଳିଛି। କିଛି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଏଫରି ମେସେଜ ପଠାଯାଇଥିବା ଅଭିଯୋଗ ହୋଇଛି। ତେଣୁ ସେହି ଫେକ୍‌ ମେସେଜ ଗୁଡ଼ିକ ଉପରେ ପ୍ରତିକ୍ରିୟା ଦିଅନ୍ତୁ ନାହିଁ ଏବଂ ଯଦି କୌଣସି ଫେକ୍ ମେସେଜ ଗ୍ରହଣ କରନ୍ତି ତେବେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣେଇବାକୁ କୁହାଯାଇଛି।