Odiapua.com

ହୋଲିରେ ହତ୍ୟା ଘଟଣା ନେଇ ଥାନା ଘେରାଉ

ଭୁବନେଶ୍ୱର, ୦୩, ୦୩, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ଖଜୁରୀପଡ଼ା ଗ୍ରାମରେ ହୋଲିରେ ଘଟିଥିବା ହତ୍ୟା ଘଟଣାକୁ ନେଇ ଶନିବାର ଦିନ ସ୍ଥାନୀୟ ଲୋକ ନିରାକାରପୁର ଥାନା ଘେରାଉ କରିଛନ୍ତି।ମୁଖ୍ୟ ଆସାମୀ ଏବଂ ଷଡ଼ଯନ୍ତ୍ରକାରୀର ଗିରଫ ସମେତ ମୃତକକୁ କ୍ଷତି ପୂରଣ ଦାବିରେ ସେମାନେ ଥାନା ଘେରାଉ କରିଛନ୍ତି।ପୂର୍ବରୁ ଏହି ଘଟଣାରେ ଖଜୁରପଡ଼ାର ଜଣେ ଏବଂ ବୋଡ଼ଙ୍ଗରା ୩ ଜଣଙ୍କୁ ପୁଲିସ ଗିରଫ କରି ସାରିଛି।ସୂଚନା ଯୋଗ୍ୟ ହୋଲି ଦିନ ଗୋଷ୍ଠି ସଙ୍ଘର୍ଷରେ ବୋଡ଼ଙ୍ଗରା ଗ୍ରାମର କିଛି ଯୁବକଙ୍କ ଆକ୍ରମଣରେ ଖଜୁରୀପଡ଼ା ଗ୍ରାମର ସନ୍ତୋଷ ପାତ୍ରଙ୍କର ମୃତ୍ୟୁ ଘଟିଥିଲା।ଆଜି ତାଙ୍କ ମୃତଦେହ ବ୍ୟବଛେଦ ହୋଇ ଫେରିଛି।