Odiapua.com

ହୋଲିରେ ରଙ୍ଗ ଖେଳି ସାରିବା ପରେ ଗାଝୋଉଥିବା ବେଳେ ଭାସିଗଲେ ୬ ସାଙ୍ଗ

ଯାଜପୁର ୧୮-୩ (ଓଡ଼ିଆ ପୁଅ) ହୋଲିରେ ଘଟିଛି ବଡ଼ ଅଘଟଣ। ହୋଲି ଖେଳ ପରେ, ନଦୀରେ ଗାଧୋଉଥିବା ସମୟରେ ୬ ଜଣ ସାଙ୍ଗ ନଈ ସୂଅରେ ଭାସିଯାଇଥିବା ଜଣାପଡ଼ିଛି। ଏହି ଅଘଟଣ ଘଟିଛି ଯାଜପୁର ଥାନା ବଡ଼ ସୁଆର ବନ୍ଧମୁଣ୍ଡା ଘାଟରେ। ତେବେ ସୂଚନା ଅନୁଯାୟୀ, ୭ ଜଣସାଙ୍ଗ ହୋଲି ପରେ ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ସମସ୍ତ ସାଙ୍ଗ ଭାସିଯାଇଥିଲେ। ସେମାନଙ୍କ ଭିତରୁ ଜଣଙ୍କର ମୃତ ଶରୀର ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅପର ପକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ନଈରେ ଅବଶିଷ୍ଟ ଯୁବକମାନଙ୍କୁ ସ୍ଥାନୀୟ ଲୋକ ସହ ମିଳିତ ଭାବରେ ଖୋଜା ଚାଲିଛି।