Odiapua.com

ହୋଲିରେ ଅଘଟଣ : ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକର ମୃତ୍ୟୁ

କଟକ, ୦୮/୦୩ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲିବ୍ଲକ ଅନ୍ତର୍ଗତ ବୁହାଳ ପଞ୍ଚାୟତ ନାଗାମଠ ଘାଟରେ ଚିତ୍ରୋତ୍ପଳା ନଦୀରେ ହୋଲି ଖେଳିସାରି ନଦୀରେ ଗାଧୋଉଥିବା ବେଳେଜନୈକ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଯୁବକ ମହାଜନପୁର ଗ୍ରାମର ରାମଚନ୍ଦ୍ର ସେନାପତିଙ୍କ ପୁଅ ରାଜକିଶୋର ସେନାପତି ବୋଲି ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପରେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ପ୍ରକାଶ ଯେ, ହୋଲି ଖେଳିବା ପରେ ୩ ଜଣ ଯୁବକ ଗାଧୋଇବାକୁ ଆସିଥିଲେ। ମାତ୍ର ସମ୍ପୃକ୍ତ ଯୁବକ ନଦୀ ସ୍ରୋତରେ ଭାସିଯାଇଥିଲେ। ପରେ ଖୋଜା ଖୋଜି ପରେ ନିଖୋଜ ଯୁବକର ଶବକୁ ଉଦ୍ଧାର କରାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି।