Odiapua.com

ହୋଟେଲରେ ଅଗ୍ନିକାଣ୍ଡ, ୬ ମୃତ, ୧୦ ଆହତ, ଜୀବନ ବଞ୍ଚେଇବା ପାଇଁ ଝରକା ଦେଇ ଡେଇଁଲେ ଲୋକେ

ହାଇଦ୍ରାବାଦ ୧୩-୯ (ଓଡ଼ିଆ ପୁଅ) ସୋମବାର ତେଲେଙ୍ଗାନାର ଗ୍ରେଟର ହାଇଦ୍ରାବାଦର ସିକନ୍ଦରାବାଦର ଏକ ହୋଟେଲରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୧୦ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, ରୁବି ହୋଟେଲ ବିଲ୍ଡିଂର ତଳ ମହଲାରେ ଥିବା ରୁବି ଇଲେକ୍ଟ୍ରିକ୍ ଭେଇକିଲ୍ ଶୋ’ରୁମ୍‌ରେ ଏକ ବାଇକ୍ ବ୍ୟାଟେରୀରେ ବିସ୍ଫୋରଣ ହେତୁ ନିଆଁ ଲାଗିଯାଇଥିଲା ଏବଂ ତୁରନ୍ତ ନିଆଁ ବିଲଡିଂରେ ବ୍ୟାପି ଯାଇଥିଲା।

ହୋଟେଲରେ ନିଆଁ ଲାଗିବା ସମୟରେ ସେଠାରେ ପ୍ରାୟ ୨୩ ରୁ ୨୫ ​​ପର୍ଯ୍ୟଟକ ରହିଥିଲେ ବୋଲି ଖବରରୁ ପ୍ରକାଶ। ନିଆଁ ଏବଂ ଧୂଆଁରେ ଶ୍ୱାସରୁଦ୍ଧ ହେବା ଯୋଗୁଁ ଜଣେ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ହୋଟେଲରେ ପ୍ରବଳ ନିଆଁ ଦେଖି କିଛି ଲୋକ ଝରକା ବାଟ ଦେଇ ଡେଇଁବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅନେକ ଲୋକ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନେକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟରେ ଥିଲେ। ମୃତ୍ୟୁ ସଂଖ୍ୟା ବଢ଼ିପାରେ ୱୋଲି ଆଂଶକା କରାଯାଉଛି। ଏହି ହୋଟେଲରେ ରହୁଥିୱା ଲୋକମାନେ ପର୍ଯ୍ୟଟକ ଏବଂ କିଛି କାମ ପାଇଁ ହାଇଦ୍ରାବାଦ ଆସିଥିଲେ। ଷ୍ଟେସନ ନିକଟରେ ଥିବାରୁ ଏହି ଲଜ୍‌ରେ ରହିଥିଲେ ୱୋଲି କହିଛନ୍ତି ଆହତ ପର୍ଯ୍ୟଟକମାନେ। ସୂଚନା ଅନୁଯାୟୀ ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାର ଉତ୍ତାପ ବହୁତ ଦୂର ପର୍ଯ୍ୟନ୍ତ ଅନୁଭବ କରାଯାଇଥିଲା। ଅନେକ ଲୋକ ହୋଟେଲରେ ଫସି ରହିଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ତୁରନ୍ତ ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ ଏବଂ ସେମାନେ ଅନେକ ଲୋକଙ୍କୁ ସୁରକ୍ଷିତ ଭାବରେ ହୋଟେଲରୁ ବାହାରକୁ ଆଣିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।