Odiapua.com

ହେଲୋ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌ ! ମୁଁ ମୋ ପତ୍ନୀଙ୍କୁ ହତ୍ୟା କରିଛି, ମୋତେ ଗିରଫ କର

ନୂଆଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର କାପଟନ୍‌ଗଞ୍ଜ ପୋଲିସ ଷ୍ଟେସନରେ ଜଣେ ସ୍ୱାମୀ ତା’ ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ହ୍ୱାଟସ୍ ଆପ୍‌ରେ ଫିଲ୍ମ ଶୈଳୀରେ ପ୍ରଥମ ହତ୍ୟାକାଣ୍ଡର ସୂଚନା ସଳାଙ୍କୁ ଦେଇଥିଲା। ସ୍ୱାମୀ ଏଠାରେ ଅଟକି ନଥିଲା। ସେ ୧୧୨ ଡାଏଲ୍‌ କରି ପୋଲିସକୁ କହିଲା ଯେ, ମୁଁ ମୋ ପତ୍ନୀଙ୍କୁ ହତ୍ୟା କରିଛି ଏବଂ ମୃତଦେହ ଘରେ ପଡ଼ିଛି, ତୁମେ ମୋତେ ଏଠାରୁ ନେଇଯାଅ। ଏସପି ହେମରାଜ ମୀନା କହିଛନ୍ତି ଯେ ଅଭିଯୁକ୍ତ ନିଜେ ନିଜ ଅପରାଧ ସ୍ୱୀକାର କରିବା ସହ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।

ଅଭିଯୁକ୍ତର ବିବାହ ଚାରି ବର୍ଷ ପୂର୍ବେ ହୋଇଥିଲା। ମୃତକଙ୍କ ବାପାଙ୍କ କହିବାନୁସାରେ, ସ୍ୱାମୀ ଅମରେଶ ବିବାହର କିଛି ଦିନ ପରେ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲା। ମୃତକଙ୍କ ପରିବାର ସଦସ୍ୟ ଆସି ଉଭୟଙ୍କୁ ବୁଝାଶୁଝା କରି ଆସୁଥିଲେ। ମୃତକ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହ ୩ ଦିନ ପୂର୍ବରୁ ତାଙ୍କ ବାପ ଘରୁ ଆସିଥିଲେ।

ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଶାଶୁଘରର ଲୋକମାନେ ପୁନଃ ଆପୋଷ ବୁଝାମଣା କରାଇଥିଲେ, ପରେ ମୃତକ ମା’ ଘରକୁ ଯିବାର ଥିଲା। କିନ୍ତୁ ରାତିରେ ପୁଣିଥରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ୱାମୀ ଅମରେଶ ତିୱାରୀ ସ୍ତ୍ରୀ ପୁଷ୍ପାଙ୍କୁ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ, ହତ୍ୟା ପରେ ଅମରେଶ ତା’ ସଳାଙ୍କୁ ହ୍ୱାଟ୍ସଆସ୍ ଆପ୍‌ରେ ସୂଚନା ଦେଇଥିଲା। ଏହାପରେ ୧୧୨ କୁ କଲ କରି କହିଲା ଯେ, ମୁଁ ମୋ ପତ୍ନୀଙ୍କୁ ହତ୍ୟା କରିଛି ଏବଂ ମୃତଦେହ ଘରେ ପଡ଼ିଛି। ମୋତେ ଧରିନେଇଯାଅ।

ପୋଲିସ୍‌ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।