Odiapua.com

ହେଲା ଜବରଦଖଲ ଉଚ୍ଛେଦ

ଯାଜପୁର,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଯାଜପୁର ଜିଲ୍ଲା ବଡଚଣାର ସର୍ବ ପୁରାତନ ଚମ୍ପାପୁର ହାଟରୁ ଜବରଦଖଲକାରୀଙ୍କୁ ତହସିଲପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଦୀର୍ଘ ବର୍ଷ ହେବ ଏଠାରେ ବହୁ ଦୋକାନ ଓ ଘର ନିର୍ମାଣ ହୋଇଥିଲା । ତେବେ ଚମ୍ପାପୁର ହାଟର ପୁନରଉଦ୍ଧାର ଓ ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଦର୍ପଣ ତହସିଲଦାର ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏହି ଉଚ୍ଛେଦ ପ୍ରକ୍ରିୟାରେ ବୈରୀ ଓ ଛତିଆ ଥାନା ପୁଲିସ ଅଧିକାରୀମାନେ ସାମିଲ ହୋଇ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିଥିଲେ ।