ମାଲକାନଗିରି,୧ା୯ (ଓଡିଆ ପୁଅ ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ରେ ଆଜି ଠାରୁ ମଟର ଯାନ ଆଇନକୁ କଡା କଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ବୀଶାଲ ସିଂ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଆଚଂଳିକ ପରିବହନ ଅଧିକାରୀ ଦାଇତ୍ୱରେ ରହିଥିବା ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏକ ପ୍ରେସ ନୋଟ ମାଧ୍ୟମରେ ଆଚଂଳିକ ପରିବହନ ର ମଟର ଯାନ ଆଇନକୁ ଜିଲ୍ଲାବାସୀ କଡା କଡି ଭାବେ ପାଳନ କରିବା ପାଇଁ ସୁଚନା ଦେଇଛନ୍ତି ।ବିଶେଷ କରି ଦୁଇଚକିଆ ଯାନ ଆରୋହି ମାନେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖିବେ, ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ,ଦୃତ ଗତିରେ ଗାଡି ନ ଚଳାଇ ଧିରେ ଗାଡି ଚଳାଇ ଦୁର୍ଘଟଣାରୁ ସୁରକ୍ଷିତ ରହିିବେ,ମଦ୍ୟପାନ କରି ଗାଡି ଚଳାଇବେ ନାହିଁ,ହେଲମେଟ ପିନ୍ଧିନଥିବା ଗାଡି ଚାଳକଙ୍କୁ ୧ହଜାର ଟଙ୍କା ଜରିମାନା ଓ ତିନିମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ କୁ ବାତିଲ କରିଦିଆଯିବ ବୋଲି ଜିଲ୍ଲାଆଚଂଳିକ ପରିବହନ ଅଧିକାରୀ ଦାଇତ୍ୱରେ ରହିଥିବା ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରେସ ଇସ୍ତାହାରରେ ସୁଚନା ଦେଇଛନ୍ତି ।