Odiapua.com

ହେରିଟେଜ ରାଇଡରେ ସାମିଲ ହେଲେ ସୁଖଲତା ସ୍ମୃତି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ

ପୁରୀ-୨୨.୧୧ (ଓଡ଼ିଆ ପୁଅ)- ହେରିଟେଜ ରାଇଡରେ ସାମିଲ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିସହ ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି। ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ସୁଖଲତା ସ୍ମୃତି ସରକାରୀ ଉଚ୍ଚବିଦ୍ୟାଳୟ ୩୪ ଜଣ ଛାତ୍ରଛାତ୍ରୀ ପ୍ରଥମେ ପୌରସଂସ୍ଥାରେ ପହଞ୍ଚିଥିଲେ ଓ ସେଠାରେ ସେମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଅବଗତ କରାଯାଇଥିଲା। ଏହାପରେ ସେମାନେ କବୀର ଚୌରା, ଶଙ୍କରାଚାର୍ଯ୍ୟ ମଠ, ବାଉଳି ମଠ, କରାଳ ଆଶ୍ରମ ଓ ତୋଟା ଗୋପିନାଥ ଆଦି ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ। ଗାଇଡ ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ଓ ଇକୋ ଟ୍ୟୁରିଜିମ ଫାଉଣ୍ତେସନ ସହଯୋଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଇକୋ ଟ୍ୟୁରିଜିମ କ୍ଲବର ସୁଶ୍ରୀ ମଞ୍ଜୁଶ୍ରୀ ସେନ, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ସତ୍ୟବ୍ରତ ସାହୁ, ଶ୍ରୀ ନଟବର ସାହୁ, ବେୟାରଫୁଟ ଅନୁଷ୍ଠ‍ନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।