Odiapua.com

ହେକେଟ ରୋଡ଼ ନୁହେଁ, ହଟହଟା ରୋଡ଼!

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବର୍ଷା ହେଉନଥିଲା, ହେଉନଥିଲା, ଏବେ ପୁରା କାଚି ଦେଉଛି। ସାରନଗରୀର ଗଳିକନ୍ଦି ଠାରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁଆଡ଼େ ଖାଲି ପାଣି ଆଉ ପାଣି। ଘରୁ ବାହାରକୁ ଇଚ୍ଛା ହେଲେ ମଧ୍ୟ, ବାହାରିବାକୁ ଜମା ଇଚ୍ଛା ହେଉନି। ସାରନଗରୀରେ ରହୁଥିବା କଲେଜ ଛାତ୍ର, ନୂଆକରି କଲେଜ ଯାଉଥିବାରୁ ଭାରି ଖୁସି। ଖୁସି ମନରେ ଆଟଲାସ ସାଇକେଲ ଖଣ୍ଡ ଧରି ବାହାରିଲା କଲେଜ। ମାତର, ହେକେଟ ରୋଡ଼ ପାରହେଲା ବେଳେ ତା’ର ଭେଳା ବୁଡ଼ିଲା। ଆରେ ଇଏ କଣ? ରାସ୍ତା ଦେଖାଯାଉନି! ରାସ୍ତାରେ ଖାଲି କୃତିମ ନଦୀ, ପୋଖରୀ। ବହୁ କଷ୍ଟରେ ସାଇକେଲ ଗଡ଼େଇ, ପ୍ୟାଂଟକୁ ମୋଡ଼ି ବହୁ ଡ଼େରିରେ ପହଂଚିଲା କଲେଜ। ପୁଣି ଘରକୁ ଫେରିବା ବେଳେ ମଧ୍ୟ ହେକେଟ ରୋଡ଼ରେ ସେହି ସମାନ ଶନିଦଶା ଭୋଗିଲା ଏହି ଛାତ୍ରଜଣଙ୍କ। ମନେ ମନେ ସେ ବ୍ରଜ ଶପଥ ନେଲାଯେ, ଯାହାବି ହେଉ, ବରଷା କାଳରେ କେବେ ହେଲେ ହେକେଟ ରୋଡ଼ ମାଟି ମାଡ଼ିବ ନାହିଁ। ତେଣିକି ଯାହା ପଛେ ହେଇଯାଉ!