Odiapua.com

ହୃଦାନନ୍ଦ ମଲ୍ଲିକଙ୍କ ଶ୍ରାଦ୍ଧ ଉତ୍ସବ, ହୃଦାନନ୍ଦ ଜଣେ ବ୍ୟକ୍ତି ନଥିଲେ ଥିଲେ ଏକ ଅନୁଷ୍ଠାନ- ମନ୍ତ୍ରୀ ସମୀର ଦାସ (ଫଟୋ ଅଛି)

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳର ଶିକ୍ଷାର ବିକାଶ, ଚାଷଜମିକୁ ଜଳସେଚନ ସହିତ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକ ଚେଷ୍ଟା କରୁଥିଲେ । ସେ ଧାମନଗର ଅଂଚଳର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢିବା, ଚାଷୀ ଯେପରି ଜଳସେଚନର ସୁବିଧା ପାଇପାରିବ ଏବଂ ଧାମନଗର ଏକ ବନ୍ୟା ପ୍ରଭାବିତ ଅଂଚଳ ହୋଇଥିବାରୁ ତାହାର ସ୍ଥାୟୀ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ଏଥିପାଇଁ ସ୍ୱର୍ଗତ ମଲ୍ଲିକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ଧାମନଗରରେ ସାକାର ହୋଇପାରିଛି ବୋଲି ପୂର୍ବତନ ବିଧାୟକ ତଥା ଭଦ୍ରକ ଜିଲାର ଜନନେତା ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ୩୧ତମ ଶ୍ରାଦ୍ଧ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଧାମନଗର ବ୍ଲକ ଧୁଷୁରୀ ଠାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ସ୍ୱର୍ଗତ ମଲ୍ଲିକଙ୍କ ଶ୍ରାଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗଦେଇ ଶିକ୍ଷାର ମାନ ଏବେ ବଢିଛି । ଏବେ ସରକାରୀ ସ୍କୁଲ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଆରମ୍ଭ କରାଯିବା ସହିତ ରାଜ୍ୟ ୩୧୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇ ଶିକ୍ଷାର ମାନକୁ ଦ୍ୱିଗୁଣିତ କରାଯିବ । ଫଳରେ ଆଉ ଅଭିଭାବକ ମାନେ ଘରୋଇ ବିଦ୍ୟାଳୟ ମୁହାଁ ନହୋଇ ଏବେ ସରକାରୀ ବିଦ୍ୟାଳୟ ମୁହାଁ ହେବାକୁ ବାଧ୍ୟ ହେବେ । ଏହାର ପ୍ରଭାବ ଆଗାମୀ ଦୁଇବର୍ଷ ମଧ୍ୟରେ ଜଣାପଡିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ହୃଦାନନ୍ଦ ମଲ୍ଲିକ ସ୍ମୃତି କମିଟି ସଭାପତି ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ଯୋଜନା ବୋଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିବିସିସି ସଭାପତି ରଘୁନାଥ ଲେଙ୍କା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ସାହୁ, ବିନୋଦ ନାୟକ ଓ ମଳୟ ଜେନା, ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି, ମହିଳା ବ୍ଲକ ସଭାନେତ୍ରୀ ସୁରତି ନାୟକ, ବ୍ଲକ ଯୁବ ସଭାପତି ଭାରତଭୂଷଣ ଦଳାଇ, ଅଶୋକ ବଳ, ଚନ୍ଦ୍ରଶେଖର ନାୟକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ରାଧାବିନୋଦ ନାୟକ, ରାମଚନ୍ଦ୍ର ପଣ୍ଡା, ପ୍ରମୋଦ ଦାସ, ବାବାଜୀ ପଣ୍ଡା, ମଦନମୋହନ ମଲିକ, ନିତ୍ୟାନନ୍ଦ ମିଶ୍ର, ନାରାୟଣ ସାହୁ, ବିନୋଦ ନାୟକ, ରାଧାରାଣୀ ମହାପାତ୍ର, ରବୀନାରାୟଣ ଖୁଟିଂଆ ଓ ରାମହରି ଗୋସ୍ୱାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୟାନିଧି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱର୍ଗତ ମଲ୍ଲିକଙ୍କ ପୁତ୍ର ପ୍ରଦୀପ କୁମାର ମଲ୍ଲିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।