ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ତହସିଲର କାର୍ଯ୍ୟରତ ସରକାରୀ ଅମିନ ରତିରଞ୍ଜନ ପାଣିଗ୍ରାହୀ (୩୭) ଙ୍କର ମୃତ୍ୟୁ ହୋଇଛି। ରାତି ୯.୩୦ ମିନଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିଜ ଘର ମତୋ ରୁ ଏକ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ଏକ ୨ବର୍ଷର କନ୍ୟା ସନ୍ତାନ ଥିବା ବେଳେ ସେ ଦୀର୍ଘ ଦିନ ହେବ ଚାନ୍ଦବାଲି ତହସିଲରେ ଅମିନ ଭାବେ କାର୍ଯ୍ୟ କରି ଆସୁଥିଲେ। ୨୦୨୫ ମସିହାରେ ତାଙ୍କୁ ଭଦ୍ରକ ତହସିଲକୁ ବଦଳି କରାଯାଇଥିଲା। ସେ ଜଣେ ଅମାୟିକ ଭଦ୍ର ଏବଂ ପରୋପକାରୀ ବ୍ୟକ୍ତି ଥିବା ବେଳେ ତାଙ୍କର ଏହି ମୃତ୍ୟୂ ଖବର ପାଇ ସ୍ଥାନୀୟ ଲୋକେ ତାଙ୍କ ବାସ ଭବନରେ ପହଂଚି ଶୋକ ସନ୍ତତ୍ପ ପରିବାର କୁ ଏପରି ଦୁଃଖଦ ସମୟରେ ଆଶ୍ୱାସନା ଦେଇଥିଲେ।