Odiapua.com

ହୃଦଘାତରେ ସରକାରି ଓକିଲଙ୍କ ଅକାଳ ବିୟୋଗ

ମାଲକାନଗିରି, ୧୪। ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବରିଷ୍ଠ ସରକାରି ଓକିଲ ପ୍ରଳୟକାନ୍ତି ଗାୟୀନି(୫୫) ଙ୍କ ର ହୃଦ୍ ଘାତ ରେ ମୃତ୍ୟୁଘଟିଛି। ଗତ କାଲି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଓ ଜିଲ୍ଲା ବାର ଆସୋସିଏସନର କର୍ମକର୍ତାମାନେ ସଙ୍ଗେ ସଙ୍ଗେ ଜିଲ୍ଲାସଦର ମହକୁମା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସପିଟାଲରେ ତାଙ୍କଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ପରିବାର ଲୋକେ ବିଶାଖାପାଟଣା ହସପିଟାଲକୁ ନେବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଶ୍ରୀ ଗାୟୀନିଙ୍କର ଅପରାହ୍ନ ୩ଟା ପରେ ହସପିଟାଲରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ସମୟରେ ତାଙ୍କର ସହଧର୍ମିଣୀ, ପୁତ୍ର ଉପସ୍ଥିତ ଥିଲେ। ଶ୍ରୀ ଗାୟୀନିଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ବାର ଏସୋସିଏସନ ର ଓକିଲ, ବରିଷ୍ଟ ନାଗରିକ, ବୁଦ୍ଧିଜିବୀ ମାନେ ହସପିଟାଲରେ ପହଁଚି ତାଙ୍କ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଶ୍ରୀ ଗାୟୀନିଙ୍କ ମୃତଶରିର ତାଙ୍କ ନିଜଘର ଏମଭି୬୪ ଗ୍ରାମକୁ ନେଇ ଶବ ସଂସ୍କାର କରିବାରେ ସହ ଯୋଗକରିଥିଲେ। ଶ୍ରୀ ଗାୟୀନିଙ୍କ ନିଜ ଘର କାଲିମେଳା ବ୍ଲକସ୍ଥ ଏମଭି ୬୪ ଗ୍ରାମରେ ସେ ଦୀର୍ଘ ୨୮ ବର୍ଷଧରି ଓକିଲାତି କରିବା ପରେ ଗତ ୧୦ବର୍ଷହେଲା ସରକାରି ଓକିଲ ଭାବେ ଜେଏମସି ମୋଟୁ ଓ ମାଲକାନଗିରି ଅଦାଲତରେ କାମକରୁଥିଲେ। ସେ ଜଣେ ପରଉପକରି ମେଳାପି, ସଚ୍ଚୋଟ ଆଇନଜୀବୀ ଥିବାରୁ ସେ ସମସ୍ତଙ୍କର ପ୍ରୀୟପାତ୍ର ଥିଲେ ତାଙ୍କ ମୃତ୍ୟୁରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।