Odiapua.com

ହୃଦଘାତରେ ଯୁବ ବ୍ୟବସାୟୀଙ୍କ ପରଲୋକ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଉତ୍ତରାଗଡିଆ ଗ୍ରାମ ପଠାଣଗଡିଆ ସାହିର ଧନେଶ୍ୱର ରାଉତ ହୃଦଘାତରେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଗତ ବୁଧବାର ରାତ୍ରରେ ସ୍ୱାଭାବିକ ଭାବେ ଖାଦ୍ୟଗ୍ରହଣ କରି ଶୋଇଥିବା ବେଳେ ରାତ୍ର ପ୍ରାୟ ୧.୨୦ମି. ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଧନେଶ୍ୱର ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତା (ପଟ୍ଟାପୋଲ)ଅଶୋକବଜାରରେ ବ୍ୟବସାୟ କରିବା ସହ ବଟେଶ୍ୱର ପୂଜା କମିଟିର ସଭାପତି ଥିଲେ । ଧନେଶ୍ୱରଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଅଶୋକବଜାର ପରିକ୍ରମା କରାଯାଇଥିଲା । ତାଙ୍କ ସମ୍ମାନାର୍ଥେ ବଜାରକୁ ଆଜି ଦିନକ ପାଇଁ ବନ୍ଦ ରଖାଯାଇ ଶୋକପ୍ରକାଶ କରାଯାଇଥିଲା । ମରଶରୀରକୁ ଗ୍ରାମଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।