ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲେଇ ଗ୍ରାମ ପଂଚାୟତର ସରପଂଚ ତଥା ଜଣେ ନିଷ୍ଠାବାନ, ନିଷ୍କାମ ଓ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିରଞ୍ଜନ ମଲ୍ଲିକଙ୍କ ଦେହାବସାନର ଦୁଃଖଦ ସମାଚାର ସମଗ୍ର ଅଂଚଳକୁ ଶୋକାକୁଳ କରିଛି। ଗତକାଲି ରାତିରେ ଘରେ ସୋଇଥିବା ବେଳେ ସକାଳୁ ନ ଉଠିବାରୁ କବାଟ ଭାଙ୍ଗି ସେ ଅଚେତ ଅବସ୍ଥାରେ ତଳେ ପଡିଥିବାର ଦେଖାଯାଇଥିଲା। ତାଙ୍କୁ ସାଙ୍ଗେ ସାଙ୍ଗେ ଭଦ୍ରକ ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଭଦ୍ରକ ବ୍ଲକ କଲେଇ ପଂଚାୟତ ଅଣସରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ନିରଞ୍ଜନ ମଲ୍ଲିକ। ସେ ପ୍ରଥମେ ୨୦୦୭ ମସିହାରେ କଂଗ୍ରେସ ସମର୍ôଥତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା କଂଗ୍ରେସର ଅନେକ ପଦ ପଦବୀ ଦାୟିତ୍ୱରେ ଥିଲେ। ୨୦୦୭ ରୁ ୨୦୧୨ ଯାଏ କଲେଇ ପଂଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୨୨ ରେ କଲେଇ ପଂଚାୟତରେ ସରପଂଚ ନିର୍ବାଚିତ ହୋଇ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଥିଲେ। ତେବେ ତାଙ୍କର ଅକାଳ ବିୟୋଗ ସାରା କଲେଇ ପଂଚାୟତ ବାସୀଙ୍କୁ ସ୍ତବ୍ଧ କରିଛି। ତାଙ୍କର ମୃତ୍ୟୁ ଖବର ପାଇ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ , ପୂର୍ବତନ ବିଧାୟକ ନରେନ ପଲେଇ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବିିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ଭଦ୍ରକ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମଳୟ ଜେନା, ଯୁବନେତା ଇଂ ପ୍ରୟାସକାନ୍ତି ସାମଲ, ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ପୂର୍ବତନ ସରପଂଚ ବିଶ୍ୱନାଥ ନାୟକ, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମସେନ ପରିଡା, ଯୁବନେତା ତାପସ ରାୟ, ଶିକ୍ଷାବିତ୍ ବାବୁଲା ରାଉତ, ଯୁବନେତା ସୁନୀଲ ଲେଙ୍କା, ଯୁବନେତା ତୁଷାରକାନ୍ତି ପରିଡା, ଅଭିରାମ ସାହୁ, ନିତ୍ୟାନନ୍ଦ ବେହେରା, ମହେଶ୍ୱର ଲେଙ୍କା, ଗୌରୀ ଜେନା, ନିର୍ମଳ ରାଉତ ପ୍ରମୁଖ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଭଦ୍ରକ ବ୍ଲକ୍ ଓ ସମଗ୍ର କଲେଇ ପଂଚାୟତ ପରିଭ୍ରମଣ କରାଯାଇଥିଲା। ଶେଷରେ ତାଙ୍କ ନିଜ ଗ୍ରାମରେ ପିତା ମାଗୁଣି ଚରଣ ମଲ୍ଲିକ, ଦାଦା ନିତ୍ୟାନନ୍ଦ ମଲ୍ଲିକ, ପତ୍ନୀ ଓ କନ୍ୟାଙ୍କ ଉପସ୍ଥିତିରେ ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ।