Odiapua.com

ହୀରାକୁଦ ଜଳଭଣ୍ଡାରର ଖୋଲିଲା ୧୨ଟି ଗେଟ

ସମ୍ବଲପୁର,୨୮/୦୯,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ହୀରାକୁଦ୍‌ର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ସେଥିପାଇଁ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ ଖୋଲାଯାଇଛି । ମୋଟ୍‌ ହୀରାକୁଦ ଜଳଭଣ୍ଡାରରୁ ଏବେ ୧୨ଟି ଗେଟ ଦେଇ ଜଳ ବନ୍ୟା ନିଷ୍କାସିତ କରାଯାଉଛି ।ଜଳସ୍ତର ବୃଦ୍ଧି ପାଇବାରୁ ଜଳଭଣ୍ଡାରର ବାମ ପଟୁ ୮ଟି ଓ ଡାହାଣ ପଟୁ ୪ଟି ଖୋଲା ଯାଇଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ଥିଲା । ଯଦି ରାଜ୍ୟରେ ବର୍ଷା ଏହିଭଳି ଲାଗି ରହେ ତେବେ ଡ୍ୟାମ୍‌ର ଆଉ ଗେଟ୍‌ ଖୋଲାଯାଇପାରେ ବୋଲି ସୂଚନା ମିଳିଛି ।