Odiapua.com

ହୀରାକୁଦ ଜଳଭଣ୍ଡାରରେ ଜନ୍ତାରେ ମତ୍ସ୍ୟଚାଷ ଆରମ୍ଭ

ସମ୍ବଲପୁର, ୨୭/୪ (ଓଡ଼ିଆ ପୁଅ) ଦେଶରେ ପ୍ରଥମ କରି ହୀରାକୁଦ ଜଳ ଭଣ୍ଡାରରେ କେଜ ଫିସିଂ ବା ଜନ୍ତା ପଦ୍ଧତିରେ ମତ୍ସ୍ୟ ଚାଷ ଆରମ୍ଭ ହୋଇଛି। ମତ୍ସ୍ୟ ଉପ୍ତାଦନ ବୃଦ୍ଦି ଓ ମତ୍ସ୍ୟଜିବୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ପାଇଲଟ ପ୍ରୋଜେକ୍ଟ ହିସାବରେ ପ୍ରଥମ ଦଫାରେ ଜଳଭଣ୍ଡାରେ ମହମ୍ମଦପୁର ଇଲାକାରେ ଦୁଇଟି ସର୍କୁଲାର କେଜ ବା ଯନ୍ତା ଛଡ଼ାଯାଇଛି। ଗୋଟିଏ ଯନ୍ତାର ଗୋଲାଇ ପନ୍ଦର ମିଟର ଓ ଗଭୀରତା ପାଂଚ ମିଟର ପରିମିତ ଅଟେ। ଏଥିରେ ମାଛ ଜାଁଆଁଳ ଛଡ଼ାଯିବା ପ୍ରକ୍ରୀୟା ଆରମ୍ବ ହୋଇଛି। ଏହି କାର୍ଯ୍ୟ ଖୁବଶୀଘ୍ର ସମାପ୍ତ ହେବ। ବିଭିନ୍ନ କିସମର ବଜାର ଚାହିଦା ଥିବା ୧୨ ହଜାର ଜାଆଁଳ ଲେଖାଏଁ ପାଣିରେ ଥିବା ଯନ୍ତାରେ ଛଡ଼ାଯାଉଛି। ଛଅ ମାସରେ ଏଥିରୁ ଦଶ ଟନ କରି ମାଛ ଉପ୍ତାଦିତ ହୋଇପରିବ। ଏଥିରୁ ଅନ୍ୟୁନ୍ୟ ୧୨ ଲକ୍ଷ୍ୟ ଟଙ୍କା ଉପାର୍ଜିତ ହୋଇପାରିବ ବୋଲି ଆକଳନ କରାଯାଇଛି। ଆଗକୁ ଗୋଟିଏ ଜନ୍ତାରୁ ବାର୍ଷିକ ୨୪ ଲକ୍ଷ୍ୟ ଟଙ୍କା ର କାରବାର କରାଯାଇପରିବ। ଏହି ଯୋଜନାରେ ମହମ୍ମଦପୁରର ଦୁଇଟି ପ୍ରାଥମିକ ମତ୍ସ୍ୟଜୀବୀ ସେବା ସମବାୟ ସମିତିକୁ ସାମିଲ କରାଯାଇଛି। ଆଗକୁ ଏହି ଧରଣର ଅଧିକ ସଂଖ୍ୟକ ଜନ୍ତା ବସାଯାଇ ମାଛ ଚାଷ କରାଯିବ ବୋଲି ମତ୍ସ୍ୟ ସମ୍ପଦ ବିଭାଗ ସ୍ଥିର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ହୀରାକୁଦ ନଦୀବନ୍ଧ ଉପରେ ହଜାର ହଜାର ମତ୍ସ୍ୟଜିବୀ ନିର୍ଭର କରନ୍ତି। ହେଲେ ଶିଳ୍ପ ପ୍ରଦୂଷଣ ଭଳି କାରଣରୁ ଏଠାରେ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଉଛି। ଏହି ନୂଆ ପ୍ରକଳ୍ପ ସଫଳ ହେବ ବୋଲି ଆଶା କରାଯାଉଛି। ଏହି ମତ୍ସ୍ୟଜିବୀ ପରିବାର ମାନେ ନଦୀବନ୍ଧ ନିର୍ମାଣ ଦ୍ୱାରା ଉଦ୍ବାସ୍ତୁ ହୋଇଥିଲେ। ନଦୀବଂଧର ତନୋଟି ଜିଲ୍ଲାରେ ପାଂଚୋଟି ପ୍ରାଥମିକ ମତ୍ସ୍ୟଜିବୀ ସେବା ସମବାୟ ସମିତି ରହିଛି। ବେନିୟମ ଜାଳ ଦ୍ୱାରା ମାଛ ସଂଗ୍ରହକାରୀଙ୍କ ସହିତ ସଧାରଣ ମତ୍ସ୍ୟଜିବୀଙ୍କ ଟଣାଓଟରା ଲାଗିରହିଥାଏ। ଏବେ ଏହାର ପ୍ରତିକାର ହୋଇପାରିବ ବୋଲି କୁହାଯାଉଛି।