Odiapua.com

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ୪ଟି ଗେଟ

ସମ୍ବଲପୁର,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦରେ ଆଜି ଆଉ ୪ ଟି ଗେଟ ଖୋଲିଛି। ବର୍ତ୍ତମାନ ୧୨ ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳଭଣ୍ତାର ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ତାର ଜଳସ୍ତର ବୃଦ୍ଧି ପାଉଛି । ତେବେ ୩ ଟି ପର୍ଯ୍ୟାୟରେ ୭ଟି ଗେଟ ଖୋଲାଯାଇଥିବା ବେଳେ ପୁର୍ବରୁ ୫ ଟି ଖୋଲାଯାଇଥିଲା । ବର୍ତ୍ତମାନ ୧୨ ଟି ଗେଟ ଦେଇ ୨ ଲକ୍ଷ ୧୬ ହଜାର ୩୦୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।