Odiapua.com

ହୀରାକୁଦରେ ଖୋଲିଲା ୬ ଟି ଗେଟ

ସମ୍ବଲପୁର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ଆଜି ହୀରାକୁଦ ଜଳଭଣ୍ଡାରରେ ଆଉ ୪ ଟି ଗେଟ ଖୋଲାଯାଇଛି । ଗତକାଲି ୨ ଟି ଗେଟ ଖୋଲାଯାଇଥିଲା । ଏବେ ଜଳସ୍ତର ୬୩୦ ଘନଫୁଟ ରହିଥିବା ବେଳେ  ସେକେଣ୍ତ ପ୍ରତି ୧ ଲକ୍ଷ ୦୩ ହଜାର ୩୪୫ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ମୋଟ ୮ ଟି ଗେଟ ଦେଇ ସେକେଣ୍ତ ପ୍ରତି ୧ ଲକ୍ଷରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଛି । ଆଗକୁ ଜଳ ଭଣ୍ତାରରେ ଜଳ ସ୍ତର ହ୍ରାସ ନ ପାଇଲେ ଆହୁରି ଗେଟ ଖୋଲଯିବ ବୋଲି ଡ୍ୟାମ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।