Odiapua.com

ହିନ୍ଦ ମଜଦୁର ସଭା ଦ୍ୱାରା କ୍ରାନ୍ତି ଦିବସ ପାଳିତ, ଶ୍ରମିକ ମାନେ ଏକଜୁଟ ହେଲେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ-ଏଚଏମଏସ

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ହିନ୍ଦ ମଜଦୁର ସଭା (ଏଚ ଏମ ଏସ) ଦ୍ୱାରା ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏଚ ଏମ ଏସ ତରଫରୁ ଶତାଧିକ ମୋଟର ସାଇକେଲ ଆରୋହୀ ଏକ ବିଶାଳ ରାଲି କଇଥଖୋଲା ଠାରୁ ବାହାରି, ଧାମରା,ଚନ୍ଦନୀପାଳ, ଧାମରା ବନ୍ଦର ହୋଇ ପୁନଶ୍ଚ କଇଥଖୋଲାକୁ ଫେରିଥିଲେ । ଏହି ରାଲି ଧାମରା ବନ୍ଦର ୧ନଂ ଗେଟ ଆଗରେ ଏକ ପଥପ୍ରାନ୍ତ ସଭା କରିବା ସହ ଧାମରା ବନ୍ଦର ୩ନଂ ଗେଟ ଆଗରେ ମଧ୍ୟ ପଥପ୍ରାନ୍ତ ସଭାର ଆୟୋଜନ କରିଥିଲେ । ଏହି ପଥପ୍ରାନ୍ତ ସଭା ମାଧ୍ୟମରେ ସେ ସମସ୍ତ ଶ୍ରମିକ ଭାଇ ମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେବା ସହ ଆଗାମୀ ଦିନରେ ଏଚଏମଏସ କିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହ ଲଢି ଶ୍ରମିକ ମାନଙ୍କ ହିତ ପାଇଁ ଇଏସଆଇସି ମେଡିକାଲ ର ଏକ ଶାଖା ଧାମରା ରେ ଖୋଲିବା ସହ ସମସ୍ତ କମ୍ପାନୀ ଶ୍ରମିକ ମାନଙ୍କୁ ଏହି ମେଡିକାଲରେ ଚିକିତ୍ସା ହେବା ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିଥିବା ବେଳେ କୌଣସି ଜଟିଳ ରୋଗ ପାଇଁ ଇଏସଆସି ତରଫରୁ ଆର୍ଥିକ ସାହାଯ୍ୟ ମିଳୁଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ଧାମରା ବନ୍ଦର କର୍ତୁପକ୍ଷ( ଆଦାନୀ) କିପରି ସମସ୍ତ ଶ୍ରମିକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଦେବ ସେ ବିଷୟରେ ଏଚଏମଏସ ର ଭଦ୍ରକ ବାଲେଶ୍ୱର ଜିଲ୍ଲା ସଭାପତି ଅରୁଣ କୁମାର ସ୍ୱାଇଁ ଶ୍ରମିକ ମାନଙ୍କୁ ଅବଗତ କରାଇଥିଲେ । ପରେ କଇଥଖୋଲା ଠାରେ ଏଚ ଏମ ଏସ ସଭାଗୃହରେ ସାଧାରଣ ସଂପାଦକ ରବିନ୍ଦ୍ର କୁମାର ବାରିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ଉପ ସଭାପତି ଗୁଣ ନିଧି ବଳ,ଏଚଏମଏସ (ଧାମରା) ଶାଖାର କାର୍ଯ୍ୟକାରୀ ସଭାପତି ବଳଭଦ୍ର ଲେଙ୍କା, ବନ୍ଦର ର ଏଆଇଟିୟୁସି ର ଧାମରା ବନ୍ଦର ସଭାପତି ଉଗ୍ରେସନ ମଢୁଆଳ, ନିମାଇ ପାଲ, ଏଆଇଟିୟୁସି ର ସଂପାଦକ ପ୍ରଭୁରାମ ଜେନା, ରାଜୀବ ଲୋଚନ ଦାସ, ନନ୍ଦ କିଶୋର ପାତ୍ର, ପ୍ରମୁଖ ମଂଚାସୀନ ଥିଲେ । ସଂପୃକ୍ତ ବ୍ୟକ୍ତି ମାନେ କ୍ରାନ୍ତି ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହ ଧାମରା ବନ୍ଦର ଏବଂ ଶ୍ରମିକ ମାନଙ୍କର ଭୂମିକା ଉପରେ ନିଜ ନିଜରବକ୍ତବ୍ୟ ରଖିଥିଲେ । ହୋଇଥିବା ସଭାରେ ମିଥୁନ ଖଟୁଆ , ବିଜୟ ଦାସ, ରାମେଶ୍ୱର ଦାସ, ସୁବାଶ ଲେଙ୍କା, ଜଗବନ୍ଧୁ ମାନ୍ନା, ରଞ୍ଜନ ମାଇତି, ତପନ ନାୟକ, ବଦ୍ରୁଲ ଖାଁ,ରାଜୀବଲୋଚନ ଗିରି, ଶିବୁ ପଣ୍ଡିତ, ରାଜ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଜୀବ ଲୋଚନ ଦାସ ଧନ୍ୟବାଦ ଅର୍ପଣ କରିବା ପୂର୍ବକ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା ।