Odiapua.com

ହିନ୍ଦୁ ଯୁବକମାନଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି ଯୋର ଧରିଲା

ନବରଙ୍ଗପୁର ୧୭-୧୦ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଉମରକୋଟ ଠାରେ ବଜରଙ୍ଗଦଳ ତରଫରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଜେପିର ବରିଷ୍ଠ ନେତା ଗୌତମ ସାମନ୍ତରାୟ ଏବଂ ହିନ୍ଦୁ ମହାସଂଘର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର। କାର୍ଯ୍ୟକ୍ରମର ସମାପ୍ତି ପରେ ଗୌତମ ସାମନ୍ତରାୟ, ଜୟନ୍ତ କୁମାର ପାତ୍ର, ଅଶୋକ ପାତ୍ର, ନିଗମ ସାହୁ, ସର୍ବେଶ୍ଵର ତ୍ରିପାଠୀ ଏବଂ ଅନ୍ୟମାନେ ଉମରକୋଟ ଥାନା ଅଧିକାରୀ ଦୀପକ ଜେନାଙ୍କୁ ସାକ୍ଷାତ କରି ବିଗତ ଦିନରେ ଏକ ଅଣ ହିନ୍ଦୁର ଶବ ସତ୍କାର କୁ ନେଇ ହୋଇଥିବା ବିବାଦ, ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଥିବା ହିନ୍ଦୁ ଯୁବକମାନଙ୍କ ଉପରେ ଲାଠିମାଡ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଗୌତମ ସାମନ୍ତରାୟ ମାମଲାର ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଘଟଣାର ନିରପେକ୍ଷ ତଦନ୍ତ ନେଇ ସଂଦେହ ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ସହଯୋଗ କରିବା ସହ ନିରପେକ୍ଷତା କୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଥାନାଧିକାରୀ ଜଣାଇ ଥିଲେ। ଦାବି ପୂରଣ ନହେଲେ ବିଭିନ୍ନ ହିନ୍ଦୁ ସଙ୍ଗଠନ ମଧ୍ୟରେ ସମନ୍ୱୟ ରକ୍ଷାକରି ଆଉ ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ହିନ୍ଦୁ ସଂଗଠନ ଗୁଡ଼ିକ ସମ୍ମତି ପ୍ରଦାନ କରିଥିବା ସୂଚନା ମିଳିଛି।