Odiapua.com

ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ପୁରୀରେ ସେବାକାର୍ଯ୍ୟ, ଗଡ଼ିଲା ହିନ୍ଦୁ ଜାଗରଣ ମଂଚ ବସ୍

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନ ସମାଗମ ହେବ । ପ୍ରତିବର୍ଷ ପରି ରଥଯାତ୍ରାରେ ଏବର୍ଷ ମଧ୍ୟ ହିନ୍ଦୁ ଜାଗରଣ ମଂଚ, ଭଦ୍ରକ ଜିଲ୍ଲା ପକ୍ଷରୁ ସେବାକାର୍ଯ୍ୟ ଅନୁଷ୍ଠିତ ହେଉଛି । ବୁଧବାର ଅପରାହ୍ନରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ତିନୋଟି ବସ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରିଛି । ହିନ୍ଦୁ ଜାଗରଣ ମଂଚ ଓଡ଼ିଶା ପୂର୍ବ ପ୍ରାନ୍ତ କାର୍ଯ୍ୟକର୍ତା ବିଭୁ ଚନ୍ଦନ ଜେନା ଓ ପ୍ରେମାନନ୍ଦ ବେହେରା ବସ ବନ୍ଦାପନା କରିବା ପୂର୍ବକ ଶ୍ରୀଫଳ ଫଟାଇ ଯାତ୍ରାର ଅନୁକୂଳ କରିଥିଲେ । ବନ୍ତ ଖଣ୍ଡ ସଂଯୋଜକ ମଳୟ ପଣ୍ଡା ପବିତ୍ର ବେଦମନ୍ତ୍ର ଉଚ୍ଚାରଣ କରିଥିଲେ ।ଶତାଧିକ ଶୁଭେଛୁଙ୍କ ଜୟ ଜଗନ୍ନାଥ ଧ୍ୱନିରେ ତିନୋଟି ବସ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିଥିଲା । ଭୁବନେଶ୍ୱର-ପୁରୀ ରାସ୍ତାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସେବାକାର୍ଯ୍ୟ ଲାଗି ନିୟୋଜିତ ସମସ୍ତ ସ୍ୱୟଂସେବକମାନଙ୍କୁ ଉତରୀୟ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ ।