Odiapua.com

ହିନ୍ଦୀ କାମ ପାଇଁ ଆକାଶବାଣୀ ପୁରସ୍କୃତ

ସମ୍ବଲପୁର, ୨୯/୧୧ (ଓଡ଼ିଆ ପୁଅ) – ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି ସମ୍ବଲପୁରର ବାର୍ଷିକ ବୈଠକରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରକୁ ସରକାରୀ କାମରେ ହିନ୍ଦୀ ଭାଷାର ଉକ୍ରୃଷ୍ଟ ପ୍ରୟୋଗ ପାଇଁ ପ୍ରଥମ ପୁରସ୍କାର ମିଳିଛି। ବୁର୍ଲା ସ୍ଥିତ ମହାନଦୀ କୋଲ୍ଫିଡ୍ସ୍ ଲିମିଟେଡ଼୍ର ମୁଖ୍ୟ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିବା ରାଜଭାଷା କାର୍ଯ୍ୟାନ୍ୱୟନ ସମିତି ବୈଠକରେ ଆକାଶବାଣୀ କେନ୍ଦ୍ରକୁ ମାନପତ୍ର ସହିତ ଫଳକ ଦିଆଯାଇଛି। ଏମସିଏଲର ମହାପ୍ରବନ୍ଧକ ରାଜଭାଷା କୃଷ୍ଣଦେବ ପ୍ରସାଦ ପୁରସ୍କାର ଦେଇଥିଲେ। ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପ୍ରଫୁଲ୍ଲ କୁମାର ମାଝୀ, ପୂର୍ବତନ କେନ୍ଦ୍ର ମୁଖ୍ୟ ଏମ୍.ଆର୍.କେ. ରାଓ ଏବଂ ହିନ୍ଦୀ ଅଧିକାରୀ କ୍ଷେତ୍ରମଣି ବିଭାର କେନ୍ଦ୍ର ତରଫରୁ ମାନପତ୍ର ସହିତ ପୁରସ୍କାର ଗ୍ରହଣ କରିଥିଲେ। ସମ୍ବଲପୁର କେନ୍ଦ୍ରକୁ ରାଜଭାଷା ସିଲ୍ ପ୍ରତିଯୋଗିତା ୨୦୧୮-୧୯ ବର୍ଷ ପାଇଁ ଏହି ପୁରସ୍କାର ମିଳିଛି। ସମ୍ବଲପୁର ଆକାଶବାଣୀ କେନ୍ଦ୍ର ଲଗାତାର ଭାବେ ଗଲା ୩ ବର୍ଷ ଧରି ହିନ୍ଦୀ ଭାଷାର ଉଲ୍ଲେଖନୀୟ କାମ ପାଇଁ ପୁରସ୍କାର ପାଇଛି।