Odiapua.com

ହିନ୍ଦୀ ଏବଂ ଆଂଚଳିକ ଭାଷାରେ ପ୍ରଦର୍ଶୀତ ହେଉ ଟେଲିଭିଜନ ଧାରାବାହିକର କଳାକାର,ଶ୍ରେୟ, ଶୀର୍ଷକ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ହିନ୍ଦୀ ଏବଂ ଅନ୍ୟ ଆଂଚଳିକ ଭାଷାର ଟେଲିଭିଜନ ଚ୍ୟାନେଲଗୁଡିକରେ ପ୍ରସାରିତ ହେଉଥିବା ହିନ୍ଦୀ ଓ ଅନ୍ୟାନ୍ୟ ଭାଷାର ଧାରାବାହିକଗୁଡିକରେ କଳାକାର, ଶ୍ରେୟ, ଶୀର୍ଷକ କେବଳ ଇଂରାଜୀ ଭାଷାରେ ପ୍ରଦର୍ଶନ କରାଯାଉଥିବା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏପରି କରାଯାଉଥିବା ଯୋଗୁଁ କେବଳ ହିନ୍ଦୀ ଏବଂ ଅନ୍ୟ ଆଂଚଳିକ ଭାଷା ଜାଣିଥିବା ଦର୍ଶକମାନେ ଟିଭି ଧାରାବାହିକ, କାର୍ଯ୍ୟକ୍ରମର କଳାକାରମାନଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବାରୁ ବଂଚିତ ହେଉଛନ୍ତି।

ଦେଶର ଦର୍ଶକମାନଙ୍କ ନିକଟରେ ପ୍ରସାରକୁ ବୃଦ୍ଧି କରିବା ଏବଂ ସେମାନଙ୍କୁ ଲାଭ ପହଂଚାଇବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଘରୋଇ ଉପଗ୍ରହ ଟେଲିଭିଜନ ଚ୍ୟାନେଲଗୁଡିକୁ ପରାମର୍ଶ ଦିଆଯାଇଛି ଯେ, ହିନ୍ଦୀ ଏବଂ ଅନ୍ୟ ଆଂଚଳିକ ଭାଷାରେ ପ୍ରସାରିତ ଟିଭି ଧାରାବାହିକଗୁଡିକରେ କଳାକାର, ଶ୍ରେୟ, ଶୀର୍ଷକ ବିଷୟରେ ସୂଚନା କେବଳ ହିନ୍ଦୀ ଏବଂ ସମ୍ପୃକ୍ତ କ୍ଷେତ୍ରର ଆଂଚଳିକ ଭାଷାରେ ଦେବାଲାଗି ବିଚାର କରାଯାଉ।