Odiapua.com

ହିତାଧିକାରୀଙ୍କୁ ହତାଦର, ପିଡିଏସ୍ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ୍

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଡିଏସ୍ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ୍ ଚାଉଳ। ଖାଦ୍ୟ ଉପେଯାଗୀ ହୋଇପାରୁନି ଚାଉଳ। ଏହି ନିମ୍ନମାନର ଚାଉଳ ନେଇ ହତାଶ ଗରିବ ହିତାଧିକାରୀ। ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ନିର୍ଗୁଣ୍ଡି ପଞ୍ଚାୟତରୁ ଆସିଛି ଏପରି ଅଭିଯୋଗ। ସୂଚନା ଅନୁସାରେ ପଂଚାୟତରୁ ଜନୈକ ଡିଲରଙ୍କ ପାଖରୁ ନିର୍ଗୁଣ୍ଡି ଗାଁର ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିମାସ ପରି ଚଳିତ ମାସ ଚାଉଳ ନେଇଥିଲେ। ରୋଷେଇ କଲାବେଳେ ପ୍ଲାଷ୍ଟିକ୍ ଗନ୍ଧ ବାହାରିବା ସହିତ ଚାଉଳ ଫୁଟୁନାହିଁ। ପାଣିରେ ପ୍ଲାଷ୍ଟିକ୍ ଚାଉଳ ଭାସୁଥିବା କହିଛନ୍ତି ସ୍ଥାନୀୟ ଲୋକେ। ଯଦି କେହି ଖାଇ ଦେଉଛନ୍ତି, ତେବେ ତାଙ୍କର ଦାନ୍ତରେ ଲାଗି ରହିବା ସହିତ ଝାଡା ମଧ୍ୟ ହେଉଛି। ତେଣୁ ଗରିବ ହିତାଧିକାରୀମାନେ ଏହି ଚାଉଳକୁ ନେଇ ହଇରାଣ ହରକତ ହେଉଛନ୍ତି। ଗାଁର ଗରିବ ଲୋକମାନେ ଏହି ପିଡିଏସ୍ ଚାଉଳ ଉପରେ ନିର୍ଭର କରିଥାନ୍ତି। ସେପଟେ ଚାଉଳରେ ପ୍ଲାଷ୍ଟିକ୍ ବାହାରୁ ଥିବାରୁ ସେମାନେ ତାହାକୁ ରୋଷେଇ କରିପାରୁନାହାଁନ୍ତି। ସଂପୃକ୍ତ ଡିଲରଙ୍କୁ ସେମାନେ ପଚାରିବାରୁ, ସେ କହୁଛନ୍ତି ବସ୍ତାରୁ ଯାହା ଆସିଥିଲା, ତାକୁ ଆମେ ଦେଉଛୁ। ମୁଁ କିଛି କହିପାରିବିନାହିଁ। ତେବେ ଏହି ପ୍ଲାଷ୍ଟିକ୍ ଚାଉଳ କିପରି ପିଡିଏସ୍ ଚାଉଳରେ ଆସିଲା, ତାର ତଦନ୍ତ ହେବା ସହିତ ସଂପୃକ୍ତ ହିତାଧିକାରୀଙ୍କୁ ଭଲ ଚାଉଳ ଦେବାକୁ ସେମାନେ ନିବେଦନ କରିଛନ୍ତି।