Odiapua.com

ହିଙ୍ଗୁଳା ପୀଠରେ ୧୦ ଦିନ ବ୍ୟାପି ନବରାତ୍ର ପୂଜାରମ୍ଭ

ତାଳଚେର,୧୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଶାରଦୀୟ ନବରାତ୍ର ପୂଜା ନିରାଡମ୍ବର ସହକାରେ ପାଳନ କରାଯାଉଛି । କୋରୋନା ମହାମାରୀ ଯୋଗୁଁ କେନ୍ଦ୍ର ସରକାର ପୂଜାସ୍ଥଳୀଗୁଡିକରେ ଶ୍ରଦ୍ଧାଳୁମାନଙ୍କର ପ୍ରବେଶ ନିଷେଧ କରିଥିବାରୁ ଚଳିତ ବର୍ଷ ନବରାତ୍ର ପୂଜା କେବଳ ପାରମ୍ପରିକ ବିଧିବିଧାନ ସହ ସମ୍ପନ୍ନ କରାଯିବ ବୋଲି ମନ୍ଦିର ପୂଜକ କିଶୋର ଚନ୍ଦ୍ର ଦେହୁରୀ ପ୍ରକାଶ କରିଛନ୍ତି । ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ୧ମ ଦିବସରେ ଶୈଳପୂତ୍ରୀ ପୂଜନ,୨ୟ ଦିବସରେ ବ୍ରହ୍ମଚାରିଣୀ ପୂଜନ,୩ୟ ଦିବସରେ ଚନ୍ଦ୍ରଘଣ ୍ଟା ପୂଜନ,୪ର୍ଥ ଦିବସରେ କୃଷ୍ଣମାଣ୍ଡୈତି ପୂଜନ,୫ମ ଦିବସରେ ସ୍କନ୍ଧମାତା ପୂଜନ,୬ଷ୍ଠ ଦିବସରେ କାର୍ତାୟନୀ ପୂଜନ,୭ମ ଦିବସରେ କାଳରାତ୍ରୀ ପୂଜନ,୮ମ ଦିବସରେ ମହାଗୌରୀ ପୂଜନ,୯ମ ଦିବସରେ ସିଦ୍ଧିଦାତ୍ରୀ ପୂଜନ ଓ ୧୦ମ ଦିବସରେ ଅପରାଜିତା ପୂଜନ ଆଦି ଅନୁଷ୍ଠାନ ବିଧିବିଧାନ ଅନୁଯାୟୀ ପାଳନ କରାଯିବ ବୋଲି ଜଣାପଡିଛି ।