Odiapua.com

ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ସମ୍ପନ୍ନ

ତାଳଚେର,୨୭/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଶାରଦୀୟ ନବରାତ୍ର ପୂଜା ନିରାଡମ୍ବର ଭାବରେ ସମ୍ପନ୍ନ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଅଶ୍ୱିନ ମାସ ଶୁକ୍ଳ ପ୍ରତିପଦା ତିଥିରେ ମା’ଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ମାତ୍ର ଚଳିତ ବର୍ଷ କୋରୋନା କଟକଣାକୁ ପାଳନ ପୂର୍ବକ ଭକ୍ତମାନଙ୍କ ଅନୁପସ୍ଥିତିରେ ପାରମ୍ପରିକ ବିଧି ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ ସମ୍ପନ୍ନ କରାଯାଇଥିଲା । ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ୧ମ ଦିବସରେ ଶୈଳପୂତ୍ରୀ ପୂଜନ,୨ୟ ଦିବସରେ ବ୍ରହ୍ମଚାରିଣୀ ପୂଜନ,୩ୟ ଦିବସରେ ଚନ୍ଦ୍ରଘଣ୍ଟା ପୂଜନ,୪ର୍ଥ ଦିବସରେ କୃଷ୍ଣମାଣ୍ଡୈତି ପୂଜନ,୫ମ ଦିବସରେ ସ୍କନ୍ଧମାତା ପୂଜନ,୬ଷ୍ଠ ଦିବସରେ କାର୍ତାୟନୀ ପୂଜନ,୭ମ ଦିବସରେ କାଳରାତ୍ରୀ ପୂଜନ,୮ମ ଦିବସରେ ମହାଗୌରୀ ପୂଜନ,୯ମ ଦିବସରେ ସିଦ୍ଧିଦାତ୍ରୀ ପୂଜନ,୧୦ମ ଦିବସରେ ଅପରାଜିତା ପୂଜନ, ଆରତୀ ଓ ପୂର୍ଣ୍ଣାହୂତି ପ୍ରଭୃତି ଅନୁଷ୍ଠାନ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଧୀରେନ୍ ଚୈତନ୍ୟ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସନ୍ତୋଷ କୁମାର ମିଶ୍ର,ସୁରେଶ ଚନ୍ଦ୍ର ଧର ପ୍ରମୁଖ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ପ୍ରତ୍ୟକ୍ଷ ସହାୟତାରେ ମା’ଙ୍କ ନବରାତ୍ର ପୂଜା ଦୀର୍ଘ ୩୧ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ କେବଳ ବିଧିରକ୍ଷା କରି ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।