Odiapua.com

ହିଙ୍ଗୁଳା ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତାଳଚେର,୩୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସମ୍ପାଦକ ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସୋଲଡା ଗ୍ରାମ ନିକଟସ୍ଥ ସୁରୁଙ୍ଗୀ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାଠାଗାର ପକ୍ଷରୁ ୨୫ଟି ଆମ୍ବ ଚାରାରୋପଣ କରାଯାଇଥିଲା। ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ,କୋଷାଧ୍ୟକ୍ଷ ଦୟାନିଧି ସାହୁ,ବରିଷ୍ଠ ସଦସ୍ୟ ସାଗର ପ୍ରଧାନ,ପଂଚାନନ ବେହେରା,କବିରାଜ ସାହୁ,ରାଜେଶ ସାହୁ,ଟଙ୍କଧର ଶତପଥୀ,ସୁରେଶ ଚନ୍ଦ୍ର ଶତପଥୀ, ଶିବରାମ ସାହୁ,ହୃଦୟ ଶତପଥୀ,ସୁଶାନ୍ତ ଶତପଥୀ,ରାହାସ ବିହାରୀ ସାହୁ,ସଞ୍ଜୟ ବେହେରା,ରମେଶ ବାରିକ,ଦିବ୍ୟ ସ୍ୱରୂପ ଶତପଥୀ ଓ ଗଣମାଧ୍ୟମ ପ୍ରତିନିଧି ରଙ୍ଗାଧର ନାୟକ ପ୍ରମୁଖ ସହଯୋଗ କରିଥିଲେ ।