Odiapua.com

ହିଙ୍ଗୁଳା କୋଇଲାଖଣି ପକ୍ଷରୁ ଦୂର୍ଗାପୂଜା ନିମନ୍ତେ ମାଟି ଅନୁକୂଳ

ତାଳଚେର, ୧୨/୯(ଓଡ଼ିଆ ପୁଅ/ଅଜିତ ବେହେରା): ଜଗତଜନନୀ ମା ଦୁର୍ଗାଙ୍କ ଆଗମନୀ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଲେଣି ବିଭିନ୍ନ ପୂଜାମଣ୍ଡପର କାର୍ଯ୍ୟକର୍ତାମାନେ। ଏହି କ୍ରମରେ ଆଜି ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ମାଟି ଅନୁକୂଳ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ଏଥିରେ ହିଙ୍ଗୁଳା କୋଇଲାଖଣିର ପ୍ରବନ୍ଧକ ଶଶୀ ପ୍ରସାଦ କର୍ତା ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରମିକ ନେତା ରାଧାଗୋବିନ୍ଦ ମହାନ୍ତି, ଅଜୟ ସାହୁ, ଅଭୟ ଗଡନାୟକ, ବୃନ୍ଦାବନ ଲେଙ୍କା, ଦୀନବନ୍ଧୁ ସାହୁ, ପ୍ରଭାକର ସାହୁ, ରମେଶ ସାହୁ, ରଘୁନାଥ ସାହୁ, ପ୍ରଦ୍ୟୁମ୍ନ ସାହୁ, ବସନ୍ତ ସାମଲ, ପଂଚାନନ ବେହେରା, ସର୍ବେଶ୍ୱର ସ୍ୱାଇଁ, ବିନୟ ମହାନ୍ତିଙ୍କ ସମେତ ସମସ୍ତ ପୂଜା କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।