Odiapua.com

ହିଙ୍ଗୁଳା କୋଇଲାଖଣିରେ ବିଶ୍ୱକର୍ମା ପୂଜା

ତାଳଚେର, ୧୮/୯ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବିଭିନ୍ନ କୋଇଲାଖଣିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ସମାରୋହରେ ପାଳିତ ହୋଇଯାଇଛି। ଏହି କ୍ରମରେ ହିଙ୍ଗୁଳା କୋଇଲାଖଣିର ବିଭିନ୍ନ ବିଭାଗରେ ମଧ୍ୟ ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ହିଙ୍ଗୁଳା କୋଇଲାଖଣିର ୩୩ କେ.ଭି ସବ୍‌ଷ୍ଟେସନ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି। ପୂଜକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ବିଭୁତି ଭୂଷଣ ସ୍ୱାଇଁ କର୍ତା ଭାବରେ ଯୋଗ ଦେଇଥିଲେ। ଏଥିରେ ଖଣି ଅଧିକାରୀ ସିଦ୍ଧାର୍ଥ ହେମ୍ବ୍ରମ୍‌, ସୌଭିକ୍ ଦେ, ଦିଲ୍ଲୀପ କୁମାର ସାହୁ, ପଂଚାନନ ସାହୁ, ସୁଶିଲ କୁମାର ବେହେରା, ବସନ୍ତ ସାହୁ, ଦୁଃଖବନ୍ଧୁ ବେହେରା, ବିକାଶ ପ୍ରଧାନ, ପ୍ରଦୀପ କୁମାର ସାହୁ, ବାଳକୃଷ୍ଣ ନାୟକ, ସୁନୀଲ ମହାପାତ୍ର, ପ୍ରକାଶ ସାହୁ, ଅନୀଲ ଦେହୁରୀ, ଗୋବିନ୍ଦ ବେହେରା, ସୌମ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଇଲେକ୍ଟିକାଲ୍ ସେକ୍ସନ, ମେକାନିକାଲ୍ ସେକ୍ସନ, ସିଏଚ୍‌ପି, ଏକ୍ସାଭେସନ୍‌, ଷ୍ଟୋର, ସର୍ଭେ ଓ କଣ୍ଟ୍ରାକ୍ଟର ଆସୋସିଏସନ ପକ୍ଷରୁ ମଧ୍ୟ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏତଦ୍ ବ୍ୟତୀତ ବଳରାମ କୋଇଲାଖଣି, ନନ୍ଦିରା ୧୩୨ କେ.ଭି ସବ୍‌ଷ୍ଟେସନ, ବଲଣ୍ଡା ସବ୍ ଷ୍ଟେସନ, କେନ୍ଦ୍ରୀୟ କର୍ମଶାଳାରେ ମଧ୍ୟ ଦେବଶିଳ୍ପୀଙ୍କର ପୂଜା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।