ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧୁଷୁରୀଥାନା ଅଧିନ ଷାଠିବାଙ୍କୁଡା ଗାଁରେ ବହୁ ଚର୍ଚ୍ଚିତ ହାପି ମହାକୁଡ଼ ହତ୍ୟାକାଣ୍ଡର ଅଭିଯୋଗ ହେବାର ୨୧ଦିନ ବିତିଯାଇଥିଲେ ମଧ୍ୟ ପୁଲିସର ତଦନ୍ତ ପ୍ରକ୍ରିୟା ଶୀଥିଳତା ଓ ଦୋଷୀଙ୍କୁ ନଧରିବା ନେଇ ମଙ୍ଗଳବାର ଗାଁର ଶତାଧିକ ମହିଳା ପୁରୁଷ ହାପିର ପରିବାରକୁ ନ୍ୟାୟ ମିଳିବା ଦାବି ନେଇ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ଓଳଗମଠ ଠାରେ ଦୀର୍ଘ ୫ଘଂଟା ଧରି ବସି ରହିବା ସହ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଥିଲେ।ଫଳରେ ଆରଡି ପୀଠକୁ ଆସୁଥିବା ସମସ୍ତ ଗାଡି ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଆନ୍ଦୋଳନକାରୀଙ୍କ ଗୋଟିଏ ନାରା ଥିଲା ହାପି ମହାକୁଡ଼ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ନହେବା ଯାଏ ରାଜରାସ୍ତାରୁ ଉଠିବେ ନାହିଁ। ଦୀର୍ଘ ଘଂଟା ପରେ ଭଦ୍ରକ ଅତିରିକ୍ତ ଏସପି ଅନୁପ ଅଭିଷେକ ୍େୱହେରା ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ମେଡିକାଲ ରିପୋର୍ଟ ଆସିବା ପରେ ହାପି ମୃତ୍ୟୁର ତଥ୍ୟ ଉନ୍ମୋଚନ ହୋଇପାରିବ। ହେଲେ ହାପିକୁ ଷଡ଼ଯନ୍ତ୍ର ଭାବେ ଘରୁ ଡାକି ନେଇ ଛୁଂଚା ପଲାଇ, ମୁନା ପଲାଇ ଓ ସ୍ୱୟମ ପଲାଇ ମାରି ଦେଇଥିବା ଅଭିଯୋଗକାରୀ କହିଥିଲେ। ଦୋଷୀଙ୍କୁ ଗିରଫ ନକରିବା ଯାଏଁ ଆଗକୁ ଆନ୍ଦୋଳନ ଜୀବ କରାଯିବ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ।