Odiapua.com

“ହାତ କୁ ହାତ ଯୋଡ଼” କାର୍ଯ୍ୟକ୍ରମ ପାଇଁ ଭଦ୍ରକ ବିଧାନସଭା କ୍ଷେତ୍ରରେ ପ୍ରସ୍ତୁତି

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଆସନ୍ତା ଜାନୁଆରୀ ୨୬ ତାରିଖରୁ ୨ ମାସ ପର୍ଯ୍ୟନ୍ତ ଚାଲିବ କଂଗ୍ରେସ ପକ୍ଷରୁ “ହାତ ସେ ହାତ ଯୋଡ଼’ କାର୍ଯ୍ୟକ୍ରମ’। ଭାରତ ଯୋଡ଼ ପଦଯାତ୍ରାର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ଭାବରେ ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ବୈଲୋଚନ ପଣ୍ଡା ଯୋଗଦେଇଥିଲେ। ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ସହିତ ଭଦ୍ରକ ବିଧାନସଭା କ୍ଷେତ୍ରରେ ଯେପରି ଭାବରେ ଦୁର୍ନିତୀ ହେଉଛି, ତାହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ ପତାକା ଉତ୍ତୋଳନ ସହିତ ସାମଗ୍ରୀକ ଭାବରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଭଦ୍ରକରେ ବ୍ୟାପକ ନିଶା କାରବାର, ଚାଷୀ ସମସ୍ୟା, ମହିଳା ନିର୍ଯ୍ୟାତନା ପରି ସମସ୍ୟା ଉପରେ ଦଳର କର୍ମକର୍ତ୍ତାମାନେ ତୃଣମୂଳସ୍ତରକୁ ଯାଇ ଲୋକଙ୍କୁ ଅବଗତ କରିବାକୁ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହି ଅବସରରେ ସମସ୍ତ ୨୬୨ ବୁଥରେ କମିଟି ଗଠନ ହେବ। ଉକ୍ତ ବୈଠକରେ ଭଦ୍ରକ ବିଧାନସଭା କ୍ଷେତ୍ରର ଶ୍ରୀ ମହାନ୍ତିଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଅବଦୁଲ ମୋକିତ ଖାନ, ଆଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ପିତବାସ ଧଳ, ଗୟାଧର ସେଠୀ, ମଦନ ମୋହନ ପାଣିଗ୍ରାହୀ, ଅଜୟ ମିଶ୍ର, ବିଜୟ ବାରିକ, ଟୋନୀ ଅଲ୍ଲୀ, ସେକ୍ ନୁର ମହମ୍ମଦ, ପ୍ରଦ୍ୟୁମ୍ନ ମହାନ୍ତି, ଶଶିକାନ୍ତ ଜେନା, ଅକ୍ଷୟ ମହାନ୍ତି, ରଂଜନ ଜେନାଙ୍କ ସମେତ ବହୁ କର୍ମକତ୍ତା ଉପସ୍ଥିତ ଥିଲେ।