Odiapua.com

ହାତୀ ଯାତାୟତ ପଥ ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଗୁରୁତର ଦନ୍ତା, ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠୁଛି ବଡ଼ ପ୍ରଶ୍ନ

ହରିଚନ୍ଦନପୁର,ତା ୮ ମଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଶଗଡପଟା ନିକଟସ୍ଥ ବାଘୁଆ ନାଳ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ଗୁରୁତର ହେଲା ଦନ୍ତା, ଘଟଣାସ୍ଥଳରେ ବନବିଭାଗ । ମିଳିଥିବା ଖବର ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ୮.୩୦ ମିନିଟ୍ ସମୟରେ ରେଳ ଧାରଣା ପାର ହେଉଥିବା ବେଳେ ଏହି ଘଟଣା ଘଟିଛି । ମାଲବାହୀ ଖାଲି ଟ୍ରେନଟି ଟାଙ୍ଗିରିଆପାଳ ଷ୍ଟେସନରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବାଘୁଆ ନାଳ ନିକଟସ୍ଥ ହାତୀ ଯାତାୟତ ପଥରେ ଏହି ଘଟଣାଟି ଘଟିଥିବା ଜଣାପଡିଛି । ଟ୍ରେନ୍ ଧକ୍କା ଦେବା ଫଳରେ ଅଣ୍ଡିରା ଦନ୍ତା ହାତୀଟି ଧାରଣା ନିକଟରେ ଗୁରୁତର ଅବସ୍ଥାରେ ପଡ଼ି ଛଟପଟ ହୋଉଥିଲା । ଘଟଣାର ଖବର ପାଇ ଆନନ୍ଦପୁର ଡିଏଫ୍ଓ ଓ ଦେଓଗାଁ ରେଞ୍ଜର ସହ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦନ୍ତାର ଚିକିତ୍ସା ଚଳାଇଥିଲେ । ଯାତାୟତ ପଥରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକରେ ବଡ଼ବଡ଼ ଅକ୍ଷରରେ ସୂଚିତ ଟ୍ରେନର ଗତି ଧିର କରନ୍ତୁ ଓ ହର୍ଣ୍ଣ ବଜାନ୍ତୁ । ହେଲେ ସୂଚିତ ସୂଚନା ଫଳକ ଥାଇ ମଧ୍ୟ କିଭଳି ଭାବେ ଉକ୍ତ ଚଲାପଥରେ ଗୋଟିଏ ନିରିହ ହାତୀର ଜୀବନ ଯିବାକୁ ବସିଛି । ଯାହାକୁ ନେଇ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଜନ ସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ ।