Odiapua.com

ହାତୀ ଆକ୍ରମଣରେ ଯୁବତୀ ଆହତ

ଖୋର୍ଦ୍ଧା,୨୪.୧୦ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ଦିର୍ଘଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ହାତୀ ଆକ୍ରମଣରେ ଜଣେ ଯୁବତୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାତୀ ଗାଁ ଭିତରକୁ ପଳାଇ ଆସିଥିଲା। ହାତୀ ଦେଖି ଜଣେ ଯୁବତୀ ଭୟଭୀତ ହୋଇ ଦୌଡି ପଳାଉଥିବା ବେଳେ ହାତୀ ତାଙ୍କୁ ଗୋଡାଇଥିଲା। ହେଲେ ତଳେ ପଡିଯିବା ପଳେ ହାତୀ ଯୁବତୀ ଜଣଙ୍କ ଗୋଡ ଓ ହାତ ଉପରେ ପାଦ ପକାଇ ଦେବାରୁ ତାଙ୍କର ହାତ ଗୋଡ ଫାଟି ରକ୍ତାକ୍ତ ହୋଇଥିବା ଜଣାପଡିଛି। ଆହତ ଅବସ୍ଥାରେ ଯୁବତୀ ଜଣଙ୍କୁ ମେଡିକାଲରେ ଚିକିତ୍ସିତ କରୁଥିବା ଜଣାପଡିଛି। ଘଟଣା ଘଟିଛି ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମପଞ୍ଚାୟତ ପାତ୍ରପଡା ଆଦିବାସୀ ସାହିରେ।ଆହତ ଯୁବତୀ ଜଣଙ୍କ ପାତ୍ରପଡା ଆଦିବାସୀ ସାହିର ରଶ୍ମିତା ଜେନା ୨୨ବର୍ଷ ବୋଲି ଜଣାପଡିଛି।