Odiapua.com

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୋଳ,୪/୨(ଓଡ଼ିଆପୁଅ/ଅଜିତ କୁମାର ବେହେରା):ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅତାବିରା ଗାଁ ମଝିସାହିର ଶୁଭା ପ୍ରଧାନ(୪0) ସବୁଦିନ ଭଳି ଆଜି ସକାଳେ କାମ କରିବା ପାଇଁ ସାପକଟା ଗାଁକୁ ଯାଉଥିବା ବେଳେ ରାସ୍ତାରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲାl ଫଳରେ ତାଙ୍କର ମୃତ୍ଯୁ ହୋଇଥିଲାl ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲାl ଖବର ପାଇ କଣିହାଁ ରେଞ୍ଜର ନୀଳମଣି ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ୪0,000 ଟଙ୍କାର ଚେକ୍ ମୃତକଙ୍କ ସ୍ୱାମୀ ପ୍ରକାଶ ପ୍ରଧାନଙ୍କୁ ପ୍ରଦାନ କରିଥିଲେ। କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତାଳଚେର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇ ଏହାର ତଦନ୍ତ ଆରମ୍ଭ କରିଛିl