Odiapua.com

ହାତୀର ମୃତ ଦେହ ଠାବ, ହାତୀକୁ ହତ୍ୟା ସନ୍ଦେହ

ବଲାଙ୍ଗୀର, ୨୭-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ସିଙ୍ଗଖମନ ନିକଟସ୍ଥ ରତାଖଣ୍ଡୀ ଗାଁ ପାଖରେ ହାତୀର ମୃତ ଦେହ ଠାବ ହୋଇଛି। ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ି ଥିବା ବେଳେ ଏହାର ପାରିପାର୍ଶ୍ୱିକ‌ ସ୍ଥିତି କୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ତେବେ କିଏ ଓ କାହିଁକି ହାତୀକୁ ହତ୍ୟା କଲା ତାହା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଏନେଇ ବଲାଙ୍ଗିର ଡିଏଫଓ ସମୀର ଶତପଥୀଙ୍କୁ ପଚାରିବାରୁ ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି।