ହାଟଡିହି -୧୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରୁ ଗତକାଲି ୧୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜିପୁଣି ୬ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆଜି ସମସ୍ତ ୬ଜଣ ଯାକ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଜି ୬ଜଣଙ୍କ ମଧ୍ୟରୁ ୫ଜଣ ଡଅଁର ପଂଚାୟତର ସରଳା ଗ୍ରାମର ଓ ସେମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଅନ୍ୟ ଜଣେ ଶାସଙ୍ଗ ପଞ୍ଚାୟତ ଗୋପାଳପୁର ଗ୍ରାମର। ସେ ଛେନାପଡି ମାର୍କେଟର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ପଜେଟିଭି ରିପୋର୍ଟ ଆସିବାପରେ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଆଜି ସୁଧା ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ରେ ପହଞ୍ଚିଛି । ବିଶେଷକରି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏବେ ସବୁଆଡେ ଭୟର ବାତାବରଣ ଖେଳି ଯାଇଛି ।