Odiapua.com

ହାଣ୍ଡିକୁଡ଼ୁଆ ନିର୍ମାଣ ପାଇଁ ମାଟି ଅନୁକୂଳ

ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): କୋରୋଳା ପଞ୍ଚମୀ ପର୍ବ ପାଳନ ପରେ ପୌଷ କୃଷ୍ଣ ପକ୍ଷ ଦ୍ୱାଦଶୀ ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଶୁଭ କର୍ମ ଅମୃତ ବେଳା ସକାଳ ୭:୧୬ରୁ ୧୧:୩୬ ସମୟରେ ଥିବା ଯୋଗୁଁ କୁମ୍ଭକାରଙ୍କ ହାଣ୍ଡି ଗଢ଼ା ପାଇଁ ମାଟି ଅନୁକୂଳ କରାଯାଇଛି। ଶ୍ରୀ ମନ୍ଦିର କୁମ୍ଭକା ନିଯୋଗର ନିଷ୍ପିତ୍ତି ଏବଂ ଜ୍ୟୋତିଷଙ୍କ ଦ୍ୱରା ଧାର୍ଯ୍ୟ ଶୁଭ ମୁହୂର୍ତ୍ତରେ ସମସ୍ତ କୁମ୍ଭକାର ଏକକାଳୀନ ସେମାନଙ୍କ କୌଳିକ ବୃତ୍ତି ମୃତ୍ତିକା ପାତ୍ର ବିଶେଷ କରି ଶ୍ରୀମନ୍ଦିର ମହାପ୍ରସାଦ ନିମନ୍ତେ ଆବଶ୍ୟକୀୟ ହାଣ୍ଡିକୁଡ଼ିଆ ନିର୍ମାଣ ର ଶୁଭ ଅନୁକୂଳ କରିଥିଲେ। ଶାଳଘର ଶୋଧ, କୋରାଳ ଚକ୍ର ପୂଜାର୍ଚ୍ଚନା ପରେ ଇଷ୍ଟ ଦେବତା ରୁଦ୍ରପାଳ ଓ ରତ୍ନଶ୍ୱରୀଙ୍କ ସ୍ମରଣ କରି ମାଟି ଅନୁକୂଳ କରିଥିଲେ।