Odiapua.com

ହାଣିଲେ ଲୁଟରେ ବିଫଳ ହେଲେ ଦୁଇ ଜଣ ଖସିଗଲେ ଜଣେ ଧରାପଡ଼ି ଛେଚା ଖାଇଲା

ବାହାନଗା,୨୪ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) : ବାରମ୍ବାର କଳାପଲସରର ଆତଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଟାର୍ଗେଟ କରି ପିଛା କରୁଛନ୍ତି ଆକ୍ରମଣ କରି ଲୁଟୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କୋଚିଆ କୋଇଲି ପଞ୍ଚାୟତ କରଞ୍ଜେଇ ଗ୍ରାମରେ । ସୂଚନା ଅନୁସାରେ ମଙ୍ଗଳବାର ଦିନ ରାତିର ଏହି ଗ୍ରାମର ନରେଶ କୁମାର ଦାଶ(୫୩) ନିଜର ଏକ ଆର‌୍ୟୁବେଦିକ ଦୋକାନ ସୋର ସ୍ଥିତ କୋର୍ଟ ଛକରୁ ବନ୍ଦକରି ନିଜ ବାଇକରେ ରାତିରେ ଫେରୁ ଥିଲେ । ସୋର ଠାରୁ ତାଙ୍କୁ ଏକ କଳା ପଲସରରେ ୩ଜଣ ଦୁର୍ବୁତ୍ତ ପିଛା କରି ନିଜ ଘରଠାରୁ ଅନତି ଦୁରରେ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ନରେଶ ଚିିତ୍କାର କରି ପଡ଼ି ଯାଇଥିଲେ । ଚିତ୍କାର ଶୁଣି ପାଖ ଲୋକ ବାହରି ଦୁର୍ବୁତ୍ତ ଙ୍କୁ କାବୁ କରିବା ସମୟରେ ୨ଜଣ ଚମ୍ପଟ ମାରିଥିଲୋ ଜଣେ ଧରାପଡ଼ି ଲୋକ ମାନଙ୍କ ଦ୍ୱାରା ନିର୍ଧୁମ ଛେଚା ଖାଇ ଥିଲ।। ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନରେଶକୁ ଉଦ୍ଧାର କରିବା ସହ ସୋର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ଆକ୍ରମଣକାରୀକୁ ପୋଲିସ ଥାନାକୁ ନେଇ ତଦନ୍ତ କରୁଥିବାର ଜଣାପଡ଼ିଛି ।